Latest Odisha News

ଫିଲ୍ମ ‘ଏମରଜେନ୍ସି’କୁ ନେଇ ଶୁଣାଣି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିବାଦ ଘେରରେ ରହିଥିବା କଙ୍ଗନା ରାଣାୱତଙ୍କ ‘ଏମରଜେନ୍ସି’ କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମ ରିଲିଜ ଉପରେ ଆଜି ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସିବିଏଫସି କୋର୍ଟଙ୍କୁ କହିଛନ୍ତି ସେନ୍ସର ବୋର୍ଡର ସଂଶୋଧନ କମିଟି ଦ୍ୱାରା ଫିଲ୍ମର କିଛି ଦୃଶ୍ୟ କାଟିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି ।

ଏହା ସହ ଫିଲ୍ମରେ ପରିବର୍ତ୍ତନ ପାଇଁ ପ୍ରଯୋଜକ-ନିର୍ଦ୍ଦେଶକ ତଥା ମୁଖ୍ୟ‌ ରୋଲରେ ନଜର ଆସିଥିବା ଅଭିନେତ୍ରୀ କଙ୍ଗନା ରାଣାୱାତ କିଛି ଦୃଶ୍ୟ କାଟିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଜଷ୍ଟିସ୍‌‌ ବର୍ଗିସ୍‌‌ କୋଲାବାୱାଲା ଏବଂ ଜଷ୍ଟିସ୍‌‌ ଫିରଦୋସ ପୁନିୱାଲା ଏହି ମାମଲାର ଶୁଣାଣି କରିଛନ୍ତି ।

ଏହି ଘଟଣାରେ ଓକିଲ ଶରଣ ଜଗତିୟାନୀ କହିଛନ୍ତି ଯେ, ସିବିଏଫସି ଏବେ ସେନ୍ସର ବୋର୍ଡର ସଂଶୋଧନ କମିଟି ଦେଇଥିବା ପରାମର୍ଶ ଉପରେ ଜବାବ ଦେବ । ସେହି ଅନୁଯାୟୀ ଫିଲ୍ମର କିଛି ଦୃଶ୍ୟ କାଟି ଦିଆଯିବ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ରେ ହେବ ।

ସୂଚନାଯୋଗ୍ୟ, ଏମରଜେନ୍ସି ଫିଲ୍ମର କିଛି ଦୃଶ୍ୟ କାଟିବା ପରେ ଫିଲ୍ମ ରିଲିଜ ହେବ ବୋଲି ପୂର୍ବରୁ କୁହାଯାଇଥିଲା ।

ଫିଲ୍ମର ରିଲିଜ୍‌କୁ ନେଇ କଙ୍ଗନା ଓ ଜି ଷ୍ଟୁଡିଓ ଆବେଦନ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା, ସେନ୍ସର ବୋର୍ଡ ଫିଲ୍ମକୁ ପ୍ରଥମେ ପ୍ରମାଣପତ୍ର ଦେଇଛି, କିନ୍ତୁ ରିଲିଜ୍‌ର ୪ ଦିନ ପୂର୍ବରୁ ଗତ ୬ ତାରିଖରେ ଏହା ଉପରେ ରୋକ ଲଗାଇଲା । ସେନ୍ସର ବୋର୍ଡ ମନକୁ ମନ ଫିଲ୍ମର ପ୍ରମାଣପତ୍ର ଅଟକାଇ ରଖିଥିବା କଙ୍ଗନା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.