ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ସହ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ବୟାନ ଦେଇଛନ୍ତି। ଗତ ବର୍ଷ ସେ ସମାଜରେ ଘୃଣାଭାବ ପ୍ରସାର କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ବାନ୍ଦ୍ରାସ୍ଥିତ ପୋଲିସ କୋର୍ଟରେ ଏକ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁମ୍ବାଇ ପୋଲିସ କଙ୍ଗନା ଏବଂ ରଙ୍ଗୋଲିଙ୍କୁ ଡକାଇ ପୋଲିସ ସେମାନଙ୍କ ବିବୃତ୍ତି ରେକର୍ଡ କରିଥିଲା। କିନ୍ତୁ ଦୁଇ ଭଉଣୀ ଭିନ୍ନ ଭିନ୍ନ କାରଣ ଦର୍ଶାଇ ପୋଲିସ ଷ୍ଟେସନରେ ଉପସ୍ଥିତ ହୋଇନଥିଲେ।
ଏଭଳି ପରିସ୍ଥିତିରେ କଙ୍ଗନା ଏବଂ ରଙ୍ଗୋଲି ବାନ୍ଦ୍ରା ପୋଲିସ ଷ୍ଟେସନ ଶୁକ୍ରବାର ଦିନ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ପୋଲିସ ଷ୍ଟେସନରେ ପହଞ୍ଚିବା ପୂର୍ବରୁ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ କହିଛନ୍ତି ଯେ ତାଙ୍କୁ ଶୋଷଣ କରାଯାଉଛି ଏବଂ ହଇରାଣ କରାଯାଉଛି। କଙ୍ଗନା ଭିଡିଓରେ କହିଛନ୍ତି, ‘ଯେବେଠାରୁ ମୁଁ ଦେଶର ସ୍ୱାର୍ଥ ବିଷୟରେ କହିଥିଲି, ମୋତେ ନିର୍ଯାତନା ଦିଆଯାଉଛି, ମୋତେ ଶୋଷଣ କରାଯାଉଛି। ସେ ସମଗ୍ର ଦେଶ ଉପରେ ନଜର ରଖିଛନ୍ତି। ମୋ ଘରକୁ ବେଆଇନ ଭାବେ ଭାଙ୍ଗି ଦିଆଯାଇଥିଲା। କୃଷକଙ୍କ ସ୍ୱାର୍ଥରେ କଥାବାର୍ତ୍ତା ପାଇଁ ମୋ ଉପରେ କେତେ ମାମଲା ଲଗାଯାଉଛି। ଏପରିକି ହସିବା ପାଇଁ ମଧ୍ୟ ମୋ ଉପରେ ମାମଲା ରୁଜୁ କରାଯାଇଛି।
Comments are closed.