Latest Odisha News

BREAKING NEWS

‘ଏମରଜନ୍ସି’ ବିବାଦ ମଧ୍ୟରେ ଆଉ ଏକ ଫିଲ୍ମ ଘୋଷଣା କଲେ ବଲିଉଡ କ୍ବିନ୍

ମୁମ୍ବାଇ: ‘ଏମରଜନ୍ସି’ ଚଳଚ୍ଚିତ୍ରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଙ୍ଗନା ରାଣାୱତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ତାଙ୍କର ଏହି ଚଳଚ୍ଚିତ୍ରର ନାମ ହେଉଛି ‘ଭାରତ ଭାଗ୍ୟ ବିଧାତା’ । କଙ୍ଗନା ଏହି ଚଳଚ୍ଚିତ୍ର ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସୂଚନା ଦେଇଛନ୍ତି ।

ଏହି ଫିଲ୍ମରେ କଙ୍ଗନା ମୁଖ୍ୟ ଭୂମିକାରେ ନଜର ଆସିବେ । ସେ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ସହ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ମନୋଜ ତପାଡିଆ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

କଙ୍ଗନା ରଣାୱତ ଏହି ଫଟୋ ପୋଷ୍ଟ କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ବଡ଼ ପରଦାରେ ବାସ୍ତବ ଜୀବନର ବୀରତ୍ୱର ଯାଦୁ ଅନୁଭବ କର । ଭାରତ ଭାଗ୍ୟ ବିଧାତା ଘୋଷଣା କରି ବହୁତ ଖୁସି । ଏହି ଚଳଚ୍ଚିତ୍ର ନିରୁଦ୍ଧିଷ୍ଠ ହିରୋମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । ଦକ୍ଷ ପ୍ରଯୋଜକ ବବିତା ଆଶିବାଲ ଏବଂ ଆଦି ଶର୍ମା ଏବଂ ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ତଥା ଲେଖକ ମନୋଜ ତପାଡିଆଙ୍କ ସହ । ଭାରତ ଭାଗ୍ୟ ବିଧାତା’ ସାଧାରଣ ଲୋକଙ୍କ ଅସାଧାରଣ ସଫଳତା ପ୍ରଦର୍ଶନ କରିବ”।

Comments are closed.