Latest Odisha News

BREAKING NEWS

‘ମୁଁ ବନ୍ଧୁକ ଓ ଦୁଷ୍କର୍ମର ଧମକରେ ଡରିବା ବାଲା ଝିଅ ନୁହଁ’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆଜି ମୋତ ଦୁଷ୍କର୍ମ ର ଧମକ ମିଳିଛି, କଙ୍ଗନାକୁ ଜଣାଅଛି ଦୁଷ୍କର୍ମ କ’ଣ? ଏହି ଉପାୟରେ ସେ ମୋତେ ଧମକ ଦେଇ ମୋ ସ୍ୱରକୁ ଦବାଇ ପାରିବେନାହିଁ’ ।

ସୂଚନାଯୋଗ୍ୟ, ପଞ୍ଜାବ ଲୋକସଭାର ପୂର୍ବତନ ସାଂସଦ ସିମରନଜିତ ସିଂ ମାନ୍ ଗୁରୁବାର କଙ୍ଗନା ରାଣାୱତଙ୍କ ଉପରେ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି । ମାନ କହିଛନ୍ତି ଯେ କଙ୍ଗନା ରାଣାୱତଙ୍କର ଦୁଷ୍କର୍ମ କୁ ନେଇ ଅନେକ ଅଭିଜ୍ଞତା ଅଛି, ଆମେ ତାଙ୍କୁ ପଚାରିପାରିବା ଯେ ଦୁଷ୍କର୍ମ କିପରି ହୁଏ? ଯାହାଫଳରେ ଲୋକଙ୍କୁ ଏହା ବିଷୟରେ ବର୍ଣ୍ଣନା କରାଯାଇପାରିବ ।

କଙ୍ଗନା କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସମୟରେ ଦୁଷ୍କର୍ମ କରାଯାଇଥିଲା । ଏ ଘଟଣାରେ ସିମରନଜିତ୍ ସିଂ ମାନ୍ କଙ୍ଗନା ରାଣାୱତଙ୍କ କଟାକ୍ଷ କରିଥିଲେ ।

Comments are closed.