Latest Odisha News

BREAKING NEWS

ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ ‘ଥାଲାଇଭି’

ନୂଆଦିଲ୍ଲୀ: ବଢୁଥିବା କରୋନା ମାମଲା ହେତୁ ଅନେକ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ପ୍ରକାଶ ଥାଉକି, କଙ୍ଗନା ରାନାୱତ-ଷ୍ଟାରର୍ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟଲଳିତାଙ୍କ ବାୟୋପିକ୍ ‘ଥାଲାଇଭି’ ଏହାର ମୂଳ ନିର୍ଦ୍ଧାରିତ ରିଲିଜ୍ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏ ନେଇ କଙ୍ଗନା ଟୁଇଟ୍ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ସ୍ପଷ୍ଟ କରିଛନ୍ତି। ଅର୍ଥାତ୍‌ ଚଳଚ୍ଚିତ୍ର ‘ଥାଲାଇଭି’ ଆସନ୍ତା ଏପ୍ରିଲ୍‌ ୨୩ରେ ମୁକ୍ତିଲାଭ କରିବ।

ଥାଲାଇଭି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। କଙ୍ଗନା ଲେଖିଛନ୍ତି ଯେ ସେ ୧୦୦ କୋଟିରେ ନିର୍ମିତ ଏହି ଚଳଚ୍ଚିତ୍ର ସହିତ ‘ବଲିଉଡକୁ ବଞ୍ଚାଇବାକୁ’ ଆସୁଛନ୍ତି।

Leave A Reply

Your email address will not be published.