Latest Odisha News

BREAKING NEWS

ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ । ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ନୂଆ ସୁଧହାର ପରିବର୍ତ୍ତେ ପୁରୁଣା ସୁଧହାର ଲାଗୁ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସ୍ୱଳ୍ପ ସଞ୍ଚୟ ଯୋଜନା ପାଇଁ ବର୍ଷ ୨୦୨୦-୨୦୨୧ର ଶେଷ ୪ ମାସରେ ସୁଧହାର ଯାହା ଥିଲା ତାହା ହିଁ ରହିବ । ଅର୍ଥାତ୍‌ ୨୦୨୧ ମାର୍ଚ୍ଚ ଯାଏ ଯେଉଁ ହାରରେ ସୁଧ ମିଳୁଥିଲା ତାହା ବଜାୟ ରହିବ । ଭୁଲ୍‌ବଶତଃ ଜାରି ହୋଇଥିବା ଏହି ଆଦେଶ ପ୍ରତ୍ୟାହାର କରି ନିଆଗଲା ବୋଲି ନିର୍ମଳା ସୂଚନା ଦେଇଛନ୍ତି ।

ପୂର୍ବରୁ ଏପ୍ରିଲ ୧ ଅର୍ଥାତ ଆଜିଠାରୁ ସ୍ୱଳ୍ପ ସଞ୍ଚୟ ଜମାରେ ସୁଧ ହ୍ରାସ ନିଷ୍ପତ୍ତି ନେଇଥିଲେ ସରକାର । ୨୪ଘଣ୍ଟା ଭିତରେ ନିଷ୍ପତ୍ତି ବଦଳାଇଛନ୍ତି ।
ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର କମାଇଥିଲେ କେନ୍ଦ୍ର ସରକାର । ଆଜିଠାରୁ ପ୍ରଥମ ତ୍ରୈମାସ ପାଇଁ ଲାଗୁ ହେବାର ଥିଲା ସଂଶୋଧିତ ସୁଧ ହାର । ସଞ୍ଚୟ ଜମା ଉପରେ ବାର୍ଷିକ ସୁଧହାର ୪%ରୁ ୩.୫%କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର ।

ସେହିପରି PPF ଉପରେ ବାର୍ଷିକ ସୁଧହାର ୭.୧%ରୁ ୬.୪%କୁ କମିଥିଲା । ବର୍ଷିକିଆ ଜମା ଉପରେ ତ୍ରୈମାସିକ ସୁଧହାର ୫.୫%ରୁ ୪.୪%କୁ ହ୍ରାସ କରିଥିଲେ । ବରିଷ୍ଠ ନାଗରିକଙ୍କ ସଞ୍ଚୟ ଉପରେ ତ୍ରୈମାସିକ ସୁଧହାର ୭.୪%ରୁ ୬.୫%କୁ ହ୍ରାସ କରିଥିଲେ ସରକାର ।

Leave A Reply

Your email address will not be published.