Latest Odisha News

BREAKING NEWS

କଙ୍ଗନାଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ : ବଲିଉଡର ପଙ୍ଗା କୁଇନଙ୍କ ପିଛା ଛାଡୁନି ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା କରିବା ନେଇ ଧମକ ମିଳୁଥିବାରୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି କଙ୍ଗନା । ଏହି ଅଭିଯୋଗର କପି ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା । କଙ୍ଗନା ତାଙ୍କ ଇଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମୁଁ ଲେଖିଥିଲି କି ଦେଶଦୋହୀ ଆତଙ୍କବାଦୀଙ୍କୁ କେତେବେଳେ କ୍ଷମା କରାଯାଇପାରିବ ନାହିଁ । ଏଭଳି ଲେଖିବା ପରେ କଙ୍ଗନାଙ୍କ ବାରମ୍ବାର ହତ୍ୟା ଧମକ ମିଳୁଛି ।

 

ଅନ୍ୟପଟେ ଭଟିଣ୍ଡାର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଛି ବୋଲି କଙ୍ଗନା କହିଛନ୍ତି । ହେଲେ ଏହି ହତ୍ୟା ଧମକକୁ ସେ ଡରିନାହାନ୍ତି । ଦେଶଦ୍ରୋହ ବିରୁଦ୍ଧରେ ଆଗରୁ କହୁଥିଲେ ଏବେ ମଧ୍ୟ କହିବା ଜାରି ରହିବ ବୋଲି କଙ୍ଗନା କହିଛନ୍ତି । ଦେଶ ବିରୋଧରେ ଯିଏ କାର୍ଯ୍ୟ କରିବ ମୁଁ ତାକୁ ବିରୋଧ କରିବି ବୋଲି କଙ୍ଗନା କହିଛନ୍ତି । ମତେ ହତ୍ୟା ଧମକ ଦେଉଥିବା ଲୋକମାନଙ୍କ ବିରୁଦ୍ଧରେ ମୁଁ ଅଭିଯୋଗ କରୁଛି ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି କଙ୍ଗନା କହିଛନ୍ତି ।

Leave A Reply

Your email address will not be published.