ନୂଆଦିଲ୍ଲୀ: ସର୍ବାଧିକ ଟିକସ ଦେଉଥିବା ନେଇ ଦାବି କରୁଥିବର ଅଭିନେତ୍ରୀ କଙ୍ଗନା ରାନାୱତ ଗତ ବର୍ଷ ଅଧା ଟିକସ ଦେଇନଥିବା ସ୍ବୀକାର କରିଛନ୍ତି। କୌଣସି କାମ ନ ଥିବାରୁ ସେ ଗତ ବର୍ଷର ଟ୍ୟାକ୍ସର ଅଧା ପୈଠ କରିପାରିନାହାଁନ୍ତି। ବିଳମ୍ବ ହେତୁ ତାଙ୍କ ଟିକସ ରାଶି ଉପରେ ସୁଧ ଆଦାୟ କରାଯାଉଥିବା ମଧ୍ୟ କହିଛନ୍ତି କଙ୍ଗନା।
ଏ ନେଇ କଙ୍ଗନା ନିଜ ଇନ୍ଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ କିଛିଦିନ ତଳେ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଥିଲା।
Comments are closed.