Latest Odisha News

BREAKING NEWS

ପରିବହନ ବେଳେ ୨୦ରୁ ଅଧିକ କଣ୍ଟେନରରୁ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: ପରିବହନ ସମୟରେ କଣ୍ଟେନରରୁ ଅକ୍ସିଜେନ୍ ନିର୍ଗତ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ପରିବହନ କରାଯାଉଥିଲା । ତେବେ କେସିଙ୍ଗା ରେଳଷ୍ଟେସନ ନିକଟରେ ହଠାତ୍ ଅକ୍ସିଜେନ୍ କଣ୍ଟେନରରୁ ବାହାରିବାକୁ ଲାଗିଥିଲା । ଲିକ୍ ଯୋଗୁ ଦୀର୍ଘ ସମୟ ଯାଏଁ ଏହି ଅମ୍ଳଜାନ ନିର୍ଗତ ହେଉଥିଲା । ପ୍ରାୟ ୨୦ରୁ ଅଧିକ କଣ୍ଟେନରରେ ଅମ୍ଳଜାନ ଝାରସୁଗୁଡାରୁ ରାୟଗଡା ଅଭିମୁଖେ ଯାଉଥିଲା ।

ତେବେ ହଠାତ୍ କେସିଙ୍ଗା ଷ୍ଟେସନ ନିକଟରେ ଅମ୍ଲଜାନ ଲିକ୍ ହେଉଥିବା ଘଟଣା ଜଣାପଡିଥିଲା । ଘଟଣା ସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚି ଲିକ୍ ବନ୍ଦ ପାଇଁ ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.