Latest Odisha News

BREAKING NEWS

ବଲିଉଡ଼ ତାରକାଙ୍କୁ କଙ୍ଗନାଙ୍କ ଟାର୍ଗେଟ, ରଣବୀର-ଆଲିଆଙ୍କୁ କହିଲେ ନକଲି ଦମ୍ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟାର୍ଗେଟରେ ଅନେକ ବଲିଉଡ଼ ତାରକା। ବର୍ତ୍ତମାନ କଙ୍ଗନା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କଙ୍ଗନାଙ୍କ ଟାର୍ଗେଟରେ ଅଛନ୍ତି ଆଲିଆ ଭଟ୍ଟ ଏବଂ ରଣବୀର କପୁର। ଯଦିଓ କଙ୍ଗନା ଉକ୍ତ ଦମ୍ପତିଙ୍କ ନାମ କହି ନାହାଁନ୍ତି, କିନ୍ତୁ ସେ କରିଥିବା ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ ରଣବୀର ଏବଂ ଆଲିଆଙ୍କୁ ଟାର୍ଗେଟ କରାଯାଇଛି। କଙ୍ଗନା ରଣବୀର ଏବଂ ଆଲିଆଙ୍କୁ ନକଲି ଦମ୍ପତି କହିଛନ୍ତି।

କଙ୍ଗନା ନିଜ ଫିଲ୍ମର ନେଗେଟିଭ୍ କଭରେଜକୁ ନେଇ କ୍ରୋଧିତ ହୋଇ ଏକ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ଯେ “ଯେତେବେଳେ ବି ମୋର ଏକ ଫିଲ୍ମ ଆସେ, ଗଣମାଧ୍ୟମରେ ନକାରାତ୍ମକ କଭରେଜ୍ ଘୋଷଣା କରାଯାଏ। ଏଭଳି ହେଡଲାଇନ୍ ତିଆରି ହୁଏ ଯେଉଁଥିରେ ମୋ ଖବର ବିଷୟରେ ନକାରାତ୍ମକ ଦର୍ଶାଯାଏ।”

ତାଙ୍କ ପୋଷ୍ଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ନାମ ନ ରଖି କଙ୍ଗନା ବଲିଉଡର ନକଲି ଦମ୍ପତି ବୋଲି କହିଛନ୍ତି। କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀରେ କହିଛନ୍ତି ଯେ “ମାଫିଆ ବାପାଙ୍କ ଚାପରେ ସେ ପାପା କି ପରୀ ସହ ବିବାହ କଲେ। ବର୍ତ୍ତମାନ ଦୁହେଁ ଭିନ୍ନ ଭିନ୍ନ ମହଲାରେ ରୁହନ୍ତି। ଦୁହିଁଙ୍କ ସମ୍ପର୍କ ବିଷୟରେ ଏକ୍ସପୋଜ କରିବା ଉଚିତ୍। ଆଲିଆ-ରଣବୀରଙ୍କ ବିଷୟରେ ସୂଚନା ଦେଇ କଙ୍ଗନା ଲେଖିଛନ୍ତି ଯେ ଏହି ଦମ୍ପତି ନିକଟରେ ଏକ ପାରିବାରିକ ଯାତ୍ରା କରିଥିଲେ, ଯେଉଁଠାରେ ସେ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ନେଇ ନଥିଲେ। ଯେତେବେଳେ କି ତାଙ୍କର ସ୍ୱାମୀ ମୋ ସହ ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ।” କଙ୍ଗନା ଏହି ଦମ୍ପତିଙ୍କୁ ଗୁଇନ୍ଦାଗିରି ନକରିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.