Latest Odisha News

BREAKING NEWS

୯୦ ବର୍ଷରେ ୫ମ ବିବାହ: ତଥାପି ଆହୁରି ଇଛା

ସାଉଦି ଆରବ: ସାଧାରଣତଃ ବିବାହ କରିବା ପାଇଁ ଗୋଟେ ନିର୍ଦ୍ଧିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଛି । ଆଜିକାଲି ଯୁବପୀଢି ନିଜର କ୍ୟାରିୟର କରିବା ପରେ ବିଳମ୍ବରେ ବିବାହ କରୁଛନ୍ତି । ଆଉ ୬୦ ବର୍ଷ ବୟସ ହୋଇଗଲେ, ନିଜକୁ ବାର୍ଦ୍ଧକ୍ୟ ଛୁଇଁଲା ବୋଲି ଭାବିଥାନ୍ତି । ହେଲେ ସାଉଦି ଆରବର ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏକି ୯୦ ବର୍ଷ ବୟସରେ ୫ମ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ସେତିକି ନୁହେଁ, ଜୀବନରେ ଆହୁରି ବିବାହ କରିବା ସହ ପିଲା ଜନ୍ମ କରିବାକୁ ଇଛା ମଧ୍ୟ ରଖିଛନ୍ତି ।

BjdElectrycity

ସାଧାରଣତଃ ୮୦-୯୦ ବର୍ଷ ହୋଇଗଲେ ଅଧିକାଂଶ ଶଯ୍ୟାଶାୟୀ ହୋଇଯାଆନ୍ତି । ଆଉ କେତେକ ଦିନ ବଞ୍ଚିବେ ସେନେଇ ଚିନ୍ତା କରନ୍ତି । କିନ୍ତୁ ଜଣେ ବୃଦ୍ଧ ଏହି ବୟସରେ ମଧ୍ୟ ବିବାହ କରିବା ସହ ପିଲା ଜନ୍ମ କରିବା ବିଷୟରେ ଚିନ୍ତା କରୁଛନ୍ତି । ନିକଟରେ ସେ ମଧ୍ୟ ପଞ୍ଚମ ଥର ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ବୃଦ୍ଧ ଜଣକ ହେଲେ ସାଉଦି ଆରବର ନାଦିର ବିନ୍ ମୁର୍ଶିଦ ଅଲ୍ ଓତାବ । ନିକଟରେ ସେ ଧୁମ୍‌ଧାମ୍‌ରେ ୫ମ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ତାଙ୍କର ବାପା, ଅନ୍ୟ ପତ୍ନୀ, ପୁଅ, ଝିଅ, ନାତିନାତୁଣୀଙ୍କ ସହ ବନ୍ଧୁବାନ୍ଧବ ସମ୍ପର୍କୀୟ ସାମିଲ ହୋଇଥିଲେ । ଏହାରଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ବୃଦ୍ଧଙ୍କୁ ତାଙ୍କ ବିବାହ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ନାଦିର କହିଛନ୍ତି ଯେ, ଏହା ମୋର ୫ମ ବିବାହ । ଏହା ପରେ ଆହୁରି ବିବାହ କରିବାକୁ ଇଛା ଅଛି । ବିବାହ ହେଉଛି ମୋ ସୁସ୍ଥ ରହିବାର ରହସ୍ୟ । ଏହା ଜୀବନରେ ଶାନ୍ତି ଏବଂ ଦୁନିଆରେ ସମୃଦ୍ଧି ଆଣିଥାଏ । ମୁଁ ମୋ ହନିମୁନକୁ ନେଇ ବହୁତ ଖୁସି ଅଛି । ଭବିଷ୍ୟତରେ ଆଉ ପିଲା ଜନ୍ମ କରିବାକୁ ଚାହେଁ । ମୋର ୫ଟି ସନ୍ତାନ ଅଛନ୍ତି । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବିବାହ କରିବା ପାଇଁ କୌଣସି ବୟସସୀମା ନାହିଁ । ୯୦ ବର୍ଷ ବୟସରେ ବିବାହ କରିଥିବାରୁ ଲୋକମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଜୀବନରେ ସୁସ୍ଥ ଓ ଶାନ୍ତିରେ ରହିବାକୁ ହେଲେ ବିବାହ କରିବା ଉଚିତ୍ ବୋଲି ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.