Latest Odisha News

ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏଥର ବିଜେପି ଟିକେଟରୁ ହିମାଚଳରୁ ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ନିକଟରେ ସେ ମଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚି ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କ ସହ ତାଙ୍କର ମୁକାବିଲା ହେଉଛି । କଙ୍ଗନା ତାଙ୍କ ସତ୍ୟପାଠରେ ସମ୍ପତି ସମ୍ପର୍କରେ ଘୋଷଣା କରିଛନ୍ତି । ତାଙ୍କ ପାଖରେ ୨ ଲକ୍ଷ ଟଙ୍କା, ମଣିକର୍ଣ୍ଣିକା ଫିଲ୍ମର ୯୯୯୯ ଶେୟାର, ୬.୭୦ କିଲୋଗ୍ରାମ ସୁନା, ୬୦ କିଲୋ ରୂପା, ୧୪ କ୍ୟାରେଟର ହୀରା ସମେତ ୫୦ ଏଲଆଇସି ପଲିସ ମଧ୍ୟ ରହିଛି ।

ତାଙ୍କ ପାଖରେ ୩ଟି କାର ରହିଛି ଯାହାର ଆନୂମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ । ଚଣ୍ଡିଗଡରେ ୪ଟି ଫ୍ଲାଟ, ମୁମ୍ବାଇରେ ୨୧ କୋଟିର ଘର, ୧୬ କୋଟିର ଫ୍ଲାଟ ଓ ମନାଲିରେ ୧୫ କୋଟିର ବଙ୍ଗଳା ରହିଛି । ଏହା ବ୍ୟତୀତ ସେ ଋଣ ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କ ପାଖରେ ଓଭରାଲ ୯୧କୋଟିରୁ ଊର୍ଦ୍ଧ୍ୱ ସମ୍ପତି ଥିବା ଜଣାପଡିଛି ।

Comments are closed.