ମୁମ୍ବାଇ: କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଅଶ୍ରଫ୍ ସୟିଦଙ୍କ ଅଭିଯୋଗ ପରେ ବାନ୍ଦ୍ରା କୋର୍ଟ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ଦିନ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରାଯାଇଥିଲା। ଏବେ କଙ୍ଗନା ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି।
କଙ୍ଗନା ନବରାତ୍ରୀର କିଛି ଫଟୋ ସେୟାର୍ କରି ଟୁଇଟ୍ କରିଛନ୍ତି ଯେ ‘କିଏ କିଏ ନବରାତ୍ରୀ ବ୍ରତ ରଖନ୍ତି? ତେବେ ମୁଁ ମଧ୍ୟ ବ୍ରତ ରଖିଛି। ତେବେ ଏହି ଫଟୋଗୁଡ଼ିକ ଆଜି ହୋଇଥିବା ସେଲିବ୍ରେସନ୍ର’। କଙ୍ଗନା ଆହୁରି କହିଛନ୍ତି ଯେ ‘ଏହା ଭିତରେ ମୋ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଯାହା ଲାଗୁଛି ମହାରାଷ୍ଟ୍ରରେ ବସିଥିବା ପପୁ ସେନାଙ୍କର ମୋ ପ୍ରତି ଅଧିକ ଭଲପାଇପାଇବା ରହିଛି। ମୋତେ ମିସ୍ କରିବେନି, ମୁଁ ଖୁବ୍ ଶୀଘ୍ର ଫେରିବି’।
ତେବେ କଙ୍ଗନାଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ିଯାଉଛି ଯେ ସେ ମହାରାଷ୍ଟ୍ର ସରକାରଙ୍କୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ।
Comments are closed.