Latest Odisha News

ବିବାହରେ ୯୯% ପୁରୁଷମାନେ ଦୋଷୀ ଥାନ୍ତି: କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁର ଏ.ଆଇ. ଇଞ୍ଜିନିୟର ଅତୁଲ ସୁବାସଙ୍କ ଆତ୍ମହତ୍ୟାକୁ ନେଇ ଦେଇଥିବା ବୟାନ ପାଇଁ କଙ୍ଗନା ଚର୍ଚ୍ଚାର ପରିସରକୁ ଆସିଛନ୍ତି।

କଙ୍ଗନା କହିଛନ୍ତି ଯେ ଜଣେ ଖରାପ ମହିଳାଙ୍କ ପାଇଁ ଅନ୍ୟ ସମସ୍ତ ମହିଳାଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ଯେଉଁମାନେ କି ଜୀବନରେ ସତରେ ନିର୍ଯ୍ୟାତିତ ହୋଇଥାନ୍ତି। ତେବେ ୯୯ ପ୍ରତିଶତ ବିବାହରେ ପୁରୁଷମାନେ ହିଁ ଦୋଷୀ ହୋଇଥାନ୍ତି। କଙ୍ଗନାଙ୍କ ଏହି ବିବୃତ୍ତିକୁ ନେଇ ଅନେକ ଲୋକ ନିନ୍ଦା କରିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି ଘଟଣାର ସମୀକ୍ଷା କରାଯିବା ଉଚିତ ଏବଂ ଏହିଭଳି ଘଟଣାର ମୁକାବିଲା ପାଇଁ ଅଲଗା ଏକ ସଂସ୍ଥା ଗଠନ କରାଯିବା ଉଚିତ। ଅତୁଲଙ୍କ ଭିଡିଓ ହୃଦୟ ବିଦାରକ ଅଟେ। ଯେପର୍ଯ୍ୟନ୍ତ ବିବାହ ଆମର ଭାରତୀୟ ପରମ୍ପରା ସହିତ ଜଡିତ ଥିବ ସେତେ ପର୍ଯ୍ୟନ୍ତ ସବୁକିଛି ଠିକ ଥାଏ କିନ୍ତୁ କମ୍ୟୁନିଜମ, ସମାଜବାଦ ଏବଂ ନାରୀବାଦକୁ ସମ୍ପୃକ୍ତି କଲେ ଏହା ସମସ୍ୟା ସୃଷ୍ଟି କରିଥାଏ। ଲୋକମାନେ ଏହାକୁ ଏକ ବ୍ୟବସାୟ କରିସାରିଲେଣି।

ତେବେ ଅତୁଲଙ୍କ ବିଷୟରେ କଙ୍ଗନା କହିଛନ୍ତି ଯେ ତାଙ୍କଠାରୁ କୋଟି କୋଟି ଟଙ୍କା ଦାବି କରାଯାଉଥିଲା, ଯାହାକି ତାଙ୍କ କ୍ଷମତା ବାହାରେ ଥିଲା। ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ। ଯୁବପିଢିଙ୍କ ଉପରେ ଏପରି ବୋଝ ରହିବା ଉଚିତ ନୁହେଁ। ସେ ଯାହାବି ରୋଜଗାର କରୁଥିଲେ ତାର ତିନିରୁ ଚାରି ଗୁଣ ଅଧିକ ତାଙ୍କୁ ଦେବାକୁ ପଡୁଥିଲା।

ଉଲ୍ଲେଖଯୋଗ୍ୟ, ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ ଲେଖି ଜୀବନ ହାରିଥିଲେ। ଯେଉଁଥିରେ ତାଙ୍କ ପତ୍ନୀ ଏବଂ ପତ୍ନୀଙ୍କ  ପରିବାର ସଦସ୍ୟ ତାଙ୍କୁ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି।

 

Leave A Reply

Your email address will not be published.