Latest Odisha News

ବେକାର ଆୱାର୍ଡ ନିଜ ପାଖରେ ରଖ; ଓସ୍କାରକୁ ନେଇ କାହିଁକି ଏଭଳି କହିଲେ କଙ୍ଗନା… 

ମୁମ୍ବାଇ: ବିଜେପିର ଲୋକସଭା ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ବିବାଦୀୟ ବୟାନ ପାଇଁ ଜଣାଶୁଣା। ବର୍ତ୍ତମାନ ସମୟରେ ସେ ଫିଲ୍ମ ‘ଏମର୍ଜେନ୍ସି’ ପାଇଁ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମଟି ଏବେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ଯ କରୁଛନ୍ତି।

ତେବେ ବଡ଼ ପରଦାରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିନଥିଲା। ୬୦ କୋଟିରେ ନିର୍ମିତ ଏହି ଫିଲ୍ମ ୨୫ କୋଟିର ବ୍ୟବସାୟ ମଧ୍ୟ କରିପାରିନଥିଲା କିନ୍ତୁ ଏବେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି। କଙ୍ଗନା ଏହାର ଡିଜିଟାଲ୍ ରାଇଟ୍ସ ବିକ୍ରି କରି ୮୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଓଟିଟି ପ୍ଲାଟଫର୍ମରେ ଫିଲ୍ମଟିକୁ ଦର୍ଶକ ପସନ୍ଦ କରିଛନ୍ତି। ଏପରିକି ପ୍ରଶଂସକମାନେ ଏହାକୁ ଓସ୍କାରକୁ ପଠାଇବା ପାଇଁ ପ୍ରକାଶ କରିଛନ୍ତ।

କିନ୍ତୁ କଙ୍ଗନା ଓସ୍କାର ପୁରସ୍କାରକୁ ଏକ ବେକାର ପୁରସ୍କାର ବୋଲି କହିଥିଲେ। କେବଳ ଏତିକି ନୁହେଁ, ଯେତେବେଳେ କଙ୍ଗନା ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ ସେଠାରେ ଏକ ନୋଟ୍ ପାଇଥିଲେ। ଯେଉଁଥିରେ ଫିଲ୍ମ ଇମରଜେନ୍ସିକୁ ପ୍ରଶଂସା କରାଯାଇଥିଲା।

ତେବେ ଓସ୍କାରକୁ ନେଇ କଙ୍ଗନା କହିଛନ୍ତି ଯେ, ଆମେରିକା ନିଜର ପ୍ରକୃତ ରୂପକୁ ଗ୍ରହଣ କରିବ ନାହିଁ। ସେ କେବେ ସ୍ୱୀକାର କରିବ ନାହିଁ ଯେ ସେ ବିକାଶଶୀଳ ଦେଶଗୁଡ଼ିକୁ ଦମନ କରିଛି। ଏସବୁର ପର୍ଦ୍ଦାଫାସ ଫିଲ୍ମରେ ହୋଇଛି। ସେଥିପାଇଁ ସେମାନେ ନିଜର ବେକାର ପୁରସ୍କାର ନିଜ ପାଖରେ ରଖିବା ଉଚିତ, ଆମ ପାଖରେ ଜାତୀୟ ପୁରସ୍କାର ଅଛି ବୋଲି କହିଛନ୍ତି କଙ୍ଗନା।

 

Comments are closed.