Latest Odisha News

BREAKING NEWS

ହଲିଉଡ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହୋଇଥାନ୍ତେ କଙ୍ଗନା…ଫିଲ୍ମ ‘କୁଇନ୍‌’ ପାଇଁ ବଦଳିଗଲା ଜୀବନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଅଭିନୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। କଙ୍ଗନା ରାଣାୱତ ଫିଲ୍ମ କୁଇନ୍‌ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କ ଚଳଚ୍ଚିତ୍ର କୁଇନ୍‌ ୨୦୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଆଜି ଏହି ଚଳଚ୍ଚିତ୍ର ସାତ ବର୍ଷ ପୂରଣ କରିଛି। ଏଭଳି ପରିସ୍ଥିତିରେ କଙ୍ଗନା ରାଣାୱତ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ଏହା ମଧ୍ୟରେ ଅନେକ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି କଙ୍ଗନା। ସେ ଅନେକ ଥର ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ସଂଘର୍ଷ ବିଷୟରେ ମଧ୍ୟ କହିଛନ୍ତି। ବର୍ତ୍ତମାନ ସେ କହିଛନ୍ତି ଯେ ସେ ହଲିଉଡ ସିନେମାରେ ନିର୍ଦ୍ଦେଶକ ହେବା ପାଇଁ ତାଙ୍କ ନିକଟକୁ ଅଫର୍‌ ଆସିଥିଲା। କିନ୍ତୁ ଫିଲ୍ମ କୁଇନ୍‌ ପାଇଁ ଯାଇନଥିଲେ। ଏହି ଚଳଚ୍ଚିତ୍ର ତାଙ୍କ ପୁରା ଜୀବନକୁ ବଦଳାଇ ଦେଇଥିଲା।

Comments are closed.