Latest Odisha News

BREAKING NEWS

ଦେଖନ୍ତୁ, ଭୁବନେଶ୍ୱର ଝିଅଙ୍କ ଡ୍ୟାନ୍ସରେ କେମିତି ଦିଓ୍ୱାନୀ ହେଲେ ମାଧୁରୀ

ଭୁବନେଶ୍ୱର: ରିଆଲିଟି ସୋ ଡ୍ୟାନ୍ସ ଦିଓ୍ୱାନେ ସିଜିନ-୩ରେ କମାଲ କଲେ ଓଡ଼ିଆ ଝିଅ । ଭୁବନେଶ୍ୱରର ଅରୁନ୍ଧତୀ ଗଡ଼ନାୟକଙ୍କ ଡ୍ୟାନ୍ସ ଜଲଓ୍ୱାରେ ଦିଓ୍ୱାନୀ ହେଲେ ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ । ବିଚାରକଙ୍କ ମନ ଜିଣିଲେ ଅରୁନ୍ଧତୀ । ତାଙ୍କ ଡ୍ୟାନ୍ସ ଦେଖି ୩ ଜଣ ଜଜ୍ ଖୁବ ତାରିଫ କରିଛନ୍ତି ।

ଡ୍ୟାନ୍ସ ଦିଓ୍ୱାନେ ଦ୍ୱିତୀୟ ଏପିସୋଡରେ ଧମାଲ କଲେ ଅରୁନ୍ଧତୀ । କନଟେମ୍ପୋରାରୀ ଡ୍ୟାନ୍ସରେ ମାହିର ଅରୁନ୍ଧତୀ ଅଙ୍ଗ ଲଗା ଦେ … ଗୀତରେ ଜବରଦସ୍ତ ପରଫରମାନ୍ସ ଦେଇଥିଲେ । ତାଙ୍କ ଡ୍ୟାନ୍ସ ମାଧୁରୀଙ୍କୁ ଏତେ ଛୁଇଁଥିଲା ଯେ, ସେ ଖୁସିରେ ସିଟି ବଜାଇଥିଲେ । ଆଗକୁ ମେଗା ଅଡିସନ୍ ରହିଛି ।

ଦେଖନ୍ତୁ ଡ୍ୟାନ୍ସ ଦିଓ୍ୱାନେରେ ଓଡ଼ିଆ ଝିଅଙ୍କ କମାଲ୍: http://https://www.mxplayer.in/show/watch-dance-deewane/season-3/arundhatis-soulstirring-performance-online-59a30cb4bbdd25673e372e727a9e207c
ଡ୍ୟାନ୍ସ ଲଭର ଅରୁନ୍ଧତୀ । ବହୁ ସଂଘର୍ଷ ପରେ ପୁଣି ଥରେ ରିଆଲିଟି ସୋକୁ ଫେରିଛନ୍ତି । ୧୫ ବର୍ଷ ବୟସରେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ-୪କୁ ଯାଇଥିଲେ । ସେତେବେଳେ ରିହରସାଲ୍ ବେଳେ ସ୍ପାଇନାଲ୍ କଡ୍ ଇନଜୁରୀ ଦେଖାଦେଇଥିଲା । ଆହତ ସମୟରେ ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀଙ୍କ ଭିତରେ ଥିଲେ ଅରୁନ୍ଧତୀ । ଆହତ ଯୋଗୁ ସେଇଠି ଡିଆଇଡି ମଞ୍ଚରୁ ବିଦାୟ ନେଇଥିଲେ ।

ଅରୁନ୍ଧତୀଙ୍କ ମାଆ କହିଛନ୍ତି, ପିଲାଟି ଦିନରୁ ଡ୍ୟାନ୍ସ ପ୍ରତି ଅରୁନ୍ଧତୀଙ୍କର ଆଗ୍ରହ ରହିଥିଲା । ପଞ୍ଚମ ଓ ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ସ୍କୁଲରେ ତାଙ୍କର ଡ୍ୟାନ୍ସ ପ୍ରତିଭାକୁ ଦେଖିଥିଲେ ବାପା-ମାଆ । ଅରୁନ୍ଧତୀ ୟୁ-ଟୁବ୍ ଭିଡିଓ ଓ ଡିଆଇଡି ଫେମ୍ ମନ୍ଦାକିନୀ ଜେନାଙ୍କୁ ଦେଖି କନଟେମ୍ପୋରାରୀ ଷ୍ଟାନ୍ସ ଫର୍ମ ଶିଖିଛନ୍ତି ।

ଭବିଷ୍ୟତରେ ଜଣେ ଭଲ ଡ୍ୟାନ୍ସର ଓ କୋରିଓଗ୍ରାଫର ହେବାକୁ ଲକ୍ଷ୍ୟ ରଖିଛନ୍ତି ଅରୁନ୍ଧତୀ । ତାଙ୍କର ସ୍ୱପ୍ନ ପୂରା କରିବାରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି ପରିବାର ଲୋକ । ସୁସ୍ଥ ହେବା ପରେ ଦୁଇ ବର୍ଷ ପରେ ପୁଣେ ଥରେ ରିଆଲିଟି ସୋକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଅରୁନ୍ଧତୀ ।

୨୦୨୦ରେ କଟକରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସାଂସ୍କୃତିକ କାର୍ୟ୍ୟକ୍ରମରେ ବଲିଉଡ କୋରିଓଗ୍ରାଫର ଟରେନ୍ସ ଲୁଇସଙ୍କ କନଟେମ୍ପୋରାରୀ ଡ୍ୟାନ୍ସ କମ୍ପାନୀର ଲିଡ୍ ଡ୍ୟାନ୍ସର ଥିଲେ ଅରୁନ୍ଧତୀ । ଆଗକୁ ମେଗା ଅଡିସନରେ କମାଲ କରି ଅପରୁନ୍ଧତୀ ପରବର୍ତ୍ତୀ ରାଉଣ୍ଡକୁ ଯାଆନ୍ତୁ ଓଡ଼ିଶା ସମ୍ବାଦ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ।

Leave A Reply

Your email address will not be published.