Latest Odisha News

BREAKING NEWS

ଆସନ୍ତୁ ଜାଣିବା ପ୍ରଶଂସକଙ୍କ କେଉଁ ଉପହାର ପାଇ କୁଇନ କଙ୍ଗନା ଖୁସିରେ ଗଦଗଦ ହୋଇଗଲେ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କୁ ତାଙ୍କରି ପ୍ରଶଂସକମାନେ ଏପରି ଏକ ଉପହାର ଦେଇଛନ୍ତି ଯାହା ଦେଖି ସେ ଖୁସିରେ ଗଦଗଦ ହୋଇପଡିଛନ୍ତି । କଙ୍ଗନାଙ୍କ ଘର ବିଏମସି ଦ୍ୱାରା ଭଙ୍ଗାଯିବା ବେଳେ ତାଙ୍କ ପୂଜାଘରେ ଥିବା କିଛି ମୂର୍ତି ମଧ୍ୟ ଭାଙ୍ଗି ଯାଇଥିଲା । ଏହା ଦେଖି ପ୍ରଶଂସକଙ୍କ ମନ କଷ୍ଟ ହୋଇଥିଲା ।

କଙ୍ଗନା ଫ୍ୟାନଡମ ପକ୍ଷରୁ ତାଙ୍କୁ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ କମନୀୟ ମୂର୍ତି ଉପହାର ଦିଆଯାଇଛି । ଏହାକୁ ଦେଖି କଙ୍ଗନା ଧନ୍ୟବାଦ ଦେବା ସହ ମୋ ପୂଜା ଘରେ ଏହି ମୂର୍ତି ନିଶ୍ଚିତ ଭାବେ ଶୋଭା ବଢ଼ାଇବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ କେସ୍‌ରେ କଙ୍ଗନା ଶିବସେନାକୁ ଆକ୍ଷେପ କରି କହିଥିଲେ ମୁମ୍ବାଇ ଏବେ ପିଓକେ ହୋଇଯାଇଛି । ଏହା ପରେ ସେ ଶିବସେନା ଟାର୍ଗେଟରେ ରହିଥିଲେ ।

Comments are closed.