Latest Odisha News

BREAKING NEWS

କୋଟପାଡ୍ ଶାଢ଼ି ପିନ୍ଧି ଚମକିଲେ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ କୋଟପାଡ୍ ଶାଢ଼ି ପିନ୍ଧି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ପାଲଟିଛି।

ଓଡିଶାର ପ୍ରସିଦ୍ଧ କୋଟପାଡ୍ ଶାଢ଼ିକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି କଙ୍ଗନା ରଣାୱତ। ଯାହାପରେ ଫ୍ୟାନ୍ସ ମାନେ ଉତ୍ସାହିତ ହୋଇପଡ଼ିଥିଲେ।

ଅଭିନେତ୍ରୀ ଜଣକ ଏହି ଶାଢ଼ୀକୁ “ପ୍ରିୟ ଓଡ଼ିଶା ବୁଣା କୋଟପାଡ୍ ଶାଢ଼ି” ବୋଲି କହିବା ପରେ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଐତିହ୍ୟ ପୁଣି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ପୋଷ୍ଟକୁ ଏବେ ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ କାରିଗରୀ ପ୍ରଶଂସକମାନେ ବ୍ୟାପକ ଭାବରେ ସେୟାର କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ଏକ ସିନେମା ହଲରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଥିଲେ। ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ।

 

Comments are closed.