Latest Odisha News

BREAKING NEWS

ରଣବୀର ସିଂ, ରଣବୀର କାପୁର, ଭିକ୍କିଙ୍କ ରକ୍ତ ନମୂନା ପରୀକ୍ଷା କରିବା ପାଇଁ କହିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ବୁଧବାର ଚାଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଡ୍ରଗ୍ସ ସେବନକାରୀଙ୍କ ପାଇଁ ବଲିଉଡ ଭୂସ୍ୱର୍ଗ ପାଲଟିଛି । ଏପରି କି ସେ ରଣବୀର କାପୁର, ରଣବୀର ସିଂ ଓ ଭିକ୍କି କୌଶଲଙ୍କ ପରି ଅଭିନେତା ରକ୍ତ ନମୂନା ପରୀକ୍ଷା କରାଇବା ପାଇଁ ଆଗେଇ ଆସନ୍ତୁ ବୋଲି କହିଛନ୍ତି । ସେମାନଙ୍କ ସାମ୍ପୁଲ କ୍ଲିୟର ଆସିଲେ ଏହା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ବିଶ୍ୱାସ ଜିତିବାରେ ସହାୟ ହେବ । ଏହି ଅବସରରେ ତାଙ୍କୁ କିପରି ଡ୍ରଗ୍ସ ଆଡିକ୍ଟ କରିବା ପାଇଁ ଯୋଜନା କରାଯାଇଥିଲା ତାହା ସେ କହିଥିଲେ ।

କଥା ଯଦି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋରେ ପଂହଚିଲାଣି ତାହାହେଲେ ନିଶାଖୋରଙ୍କୁ ଜେଲ ଯିବାକୁ ପଡିବ । ଏହା ହେଲେ ବଲିଉଡ ସ୍ୱଚ୍ଛ ହେବ ବୋଲି ସେ କହିଛନ୍ତି । କଙ୍ଗନା ତାଙ୍କର ଏହି ଟୁଇଟଙ୍କୁ ପିଏମଓଙ୍କ ସହ ଟ୍ୟାଗ କରିଛନ୍ତି ।

Leave A Reply

Your email address will not be published.