Latest Odisha News

BREAKING NEWS

ୟୁଜି/ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ପାଇଁ ସମୟ ମାଗିଲେ ସରକାର । ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାର ଡେଡଲାଇନ ବୃଦ୍ଧି କରିବାକୁ ୟୁଜିସିକୁ ଅନୁରୋଧ କଲେ ରାଜ୍ୟ ସରକାର । ପରୀକ୍ଷା ଶେଷ କରିବାକୁ ସେପ୍ଟେମ୍ବର ୩୦ ପରିବର୍ତ୍ତେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେବାକୁ ଚିଠି ମାଧ୍ୟମରେ ଅନୁରୋଧ କରିଛି ଉଚ୍ଚଶିକ୍ଷା ବିଭାଗ ।

ଏହାଦ୍ବାରା ଗୋଟିଏ ଦିନ ଅନ୍ତରରେ ପରୀକ୍ଷା ହୋଇପାରିବ ଏବଂ ପରୀକ୍ଷା କେନ୍ଦ୍ର କୁ ସଠିକ ଭାବେ ବିଶୋଧନ କରାଯାଇପାରିବ । ଶେଷ ସେମିଷ୍ଟର ପରୀକ୍ଷା ୨୦ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ମଧ୍ୟରେ ହେବା ସହ ୩୧ ଅକ୍ଟୋବର ସୁଦ୍ଧା ଫଳ ପ୍ରକାଶନ କରିବାକୁ କହିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.