Latest Odisha News

BREAKING NEWS

ଧାକଡରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ଧାକଡ ନେଇ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ଥିଏଟରକୁ ଆସିବ ବୋଲି ଜଣାପଡିଛି । ଏହି ଆକ୍ସନ ଡ୍ରାମାରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ମାନବ ତସ୍କର ଉପରେ ଆଧାରିତ ଏହି ଫିଲ୍ମରେ କଙ୍ଗନା ଏକ ଗୋଇନ୍ଦା ବିଭାଗର ଏଜେଂଟ ଭୂମିକା କରୁଛନ୍ତି ।

ଜାପାନର ମହାନ ସିନେମାଫଟୋଗ୍ରାଫର ଟେଟସୁଓ ନାଗାଟା ଏହାର କ୍ୟାମେରା ୱାର୍କ କରିଛନ୍ତି । ଧାକଡ ବ୍ୟତୀତ କଙ୍ଗନାଙ୍କ ଥାଲାଇଭ ଓ ତେଜସ ଫିଲ୍ମର କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇ ସାରିଛି । ଥାଲାଇଭି ଫିଲ୍ମର ରିଲିଜ ସହ ଧାକଡର ଟିଜର ଲଂଚ କରିବା ନେଇ ଆଲୋଚନା ଚାଲିଛି ।

Leave A Reply

Your email address will not be published.