Latest Odisha News

ମିଳିଲା ଅନୁମତି, ଏହି ଦିନ ରିଲିଜ ହେବ ଫିଲ୍ମ ‘ଏମରଜନ୍ସି’

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଫିଲ୍ମ ‘ଏମରଜନ୍ସି’ର ରିଲିଜକୁ ନେଇ ଗତ କିଛି ସପ୍ତାହ ଧରି ବିବାଦ ଭିତରେ ରହିଥିଲା । କଙ୍ଗନାଙ୍କର ଏହି ଚଳଚ୍ଚିତ୍ର ସେନ୍ସର ବୋର୍ଡରେ ଅଟକି ରହିଥିଲା ​​। ସେନ୍ସର ବୋର୍ଡ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଥିଲା । ବର୍ତ୍ତମାନ ସେନ୍ସର ବୋର୍ଡ ଗୁରୁବାର ଏହି ଚଳଚ୍ଚିତ୍ରକୁ ସବୁଜ ସଙ୍କେତ ଦେଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ଖୁବ୍ ଶୀଘ୍ର ଏହାର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇବ ।

କଙ୍ଗନା ନିଜେ ଏହି ସୂଚନା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ସେନ୍ସର ବୋର୍ଡ ଆମ ଚଳଚ୍ଚିତ୍ରକୁ ଅନୁମତି ଦେଇଛି, ଏଥିପାଇଁ ଆମେ ବହୁତ ଖୁସି । ବର୍ତ୍ତମାନ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଆମେ ଏହାର ରିଲିଜ୍ ତାରିଖ ମଧ୍ୟ ଖୁବ୍ ଶୀଘ୍ର ଆପଣଙ୍କ ସହିତ ସେୟାର କରିବୁ । ଆମକୁ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

କଙ୍ଗନାଙ୍କର ଏହି ପୋଷ୍ଟ ପରେ ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ଅଛି । ନିର୍ମାତାମାନେ ମଧ୍ୟ ଏହାର ରିଲିଜ୍ ତାରିଖ ଖୁବ୍ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, କଙ୍ଗନା ରାନାଓ୍ବତ ଅଭିନୀତ ଚଳଚ୍ଚିତ୍ର 6 ସେପ୍ଟେମ୍ବରରେ ରିଲିଜ ହେବାର ଥିଲା । କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ଏହା ବିବାଦରେ ଛନ୍ଦି ହୋଇଯାଇଥିଲା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅନେକ ଶିଖ ସମ୍ପ୍ରଦାୟ ଏହି ଚଳଚ୍ଚିତ୍ରକୁ ବିରୋଧ କରିଥିଲେ । ଏଥିସହ ହରିୟାଣା ନିର୍ବାଚନ ପୂର୍ବରୁ ଏହି ଚଳଚ୍ଚିତ୍ର ରିଲିଜକୁ ନେଇ ଅନେକ ବିରୋଧ ପ୍ରଦର୍ଶନ ହୋଇଥିଲା ।

Leave A Reply

Your email address will not be published.