Latest Odisha News

BREAKING NEWS

ଏଫଆଇଆରକୁ ଚ୍ୟାଲେଞ୍ଜ କରି କଙ୍ଗନା ଶେୟାର କଲେ ବୋଲ୍ଡ ଫଟୋ

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ନାମରେ ଏଫଆଇଆର ଉପରେ ଏଫଆଇଆର ରୁଜୁ ହେବାରେ ଲାଗିଛି । ତେବେ ଏହାକୁ ବେଖାତିର କରି କଙ୍ଗନା ଆଜି ଶେୟାର କରିଛନ୍ତି ବୋଲ୍ଡ ଫୁଟ । ତଳେ ଲେଖିଛନ୍ତି ଏକ ଔର ଦିନ ଏକ ଔର ଏଫଆଇଆର । ଅଗର ୱ ମୁଝେ ଗିରଫ କରନେ ଆତେ ହେ, ତୋ ମେରା ମୁଡ ଘର ପର କୁଛି ଐସା ହେ । ହାତରେ ମଦ ବୋତଲ ଓ ବୋଲ୍ଡ ଲୁକର ତାଙ୍କର ଏହି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଶିଖ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମହାରାଷ୍ଟ୍ର ପୋଲିସ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଲିଉଡ ସେଲିବ୍ରେଟି ପ୍ରଶଂସା କରୁଥିବା ବେଳେ କଙ୍ଗନା କିନ୍ତୁ ବିରୋଧ କରିଛନ୍ତି ।

Leave A Reply

Your email address will not be published.