Latest Odisha News

BREAKING NEWS

ସୋଆ ଓ ଆଫ୍ରିକାର ମାକେରେରେ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ

ଭୁବନେଶ୍ବର : ସୋଆ ଓ ଆଫ୍ରିକାର ମାକେରେରେ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ବିଭିନ୍ନ ଗବେଷଣା ଭିତ୍ତିକ ପ୍ରକଳ୍ପକୁ ନେଇ ସହଭାଗିତା ଭିତ୍ତିରେ ଜ୍ଞାନର ଆଦାନ ପ୍ରଦାନ ପାଇଁ ଦୁଇ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ଦୁଇ ବିଶ୍ବବିଦ୍ୟାଳୟ ମିଳିତ ଭାବେ ଶୈକ୍ଷିତ, ବୈଜ୍ଞାନିକ ଓ ପରସ୍ପର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକଳାପର ଆୟୋଜନ କରିବେ । ଏବଂ ଗବେଷକ, ଶିକ୍ଷକ ତଥା ଛାତ୍ରଛାତ୍ରୀ ବିନିମୟ ନିମନ୍ତେ ବ୍ୟବସ୍ଥା ରହିବ । ମାକେରେରେ ବିଶ୍ବବିଦ୍ୟାଳୟ ଆଫ୍ରିକାର ପଞ୍ଚମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ମାନ୍ୟତା ପାଇଛି ।

ବୁଝାମଣାପତ୍ରଟି ମାକେରେରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବର୍ଣ୍ଣବାସ ନଓ୍ବାଙ୍ଗେ ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ସୋଆ ବିଶ୍ବବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ନିକଟରେ କାମ୍ପାଲା ଯାଇ ବୁଝାମଣାପତ୍ରରେ ଦସ୍ତଖତ କରିଥିଲେ ।

Leave A Reply

Your email address will not be published.