Latest Odisha News

ଜିତିଲେ ବଲିଉଡ କୁଇନ୍ କଙ୍ଗନା ,କହିଲେ ଏହି ବିଜୟ ମୋର ନୁହେଁ ଏହା ମଣ୍ଡିର ସମ୍ମାନର ବିଜୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଏହାରି ଭିତରେ  ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ରହିଛି ଖୁସି ଖବର । ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଜିତିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ।

ବିଜେପି ପ୍ରାର୍ଥୀ କଙ୍ଗନା ୭୨,୦୮୮ ଟି ଭୋଟ ପାଇ କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କୁ ପରାସ୍ତ କରିଛନ୍ତି । ଜିତିବା ପରେ  ସୋସିଆଲ ମିଡିଆରେ ଏକ ପୋଷ୍ଟରେ କଙ୍ଗନା ତାଙ୍କ ବିଜୟ ପାଇଁ ମଣ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏହି ବିଜୟ ତୁମ ସମସ୍ତଙ୍କର, ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିଜୟ, ଏହା ହେଉଛି ସନାତନ ଏବଂ ମଣ୍ଡିର ସମ୍ମାନର ବିଜୟ।

କଙ୍ଗନା ରାଣାୱତ ଏହା ପୂର୍ବରୁ କହିଥିଲେ ଯେ, ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ସେ ବଲିଉଡ ଛାଡିବେ । ତେବେ ବର୍ତମାନ ଦେଖିବାକୁ ବାକି ରହିଲା  । ନିର୍ବାଚନ ଜିତିବା ପରେ ସେ ବଲିଉଡକୁ ବାଏ ବାଏ କହୁଛନ୍ତି କି ନାହିଁ ।

Leave A Reply

Your email address will not be published.