ନୂଆଦିଲ୍ଲୀ : କଂଗ୍ରେସରେ ମିଶିବେ ଜେଏନୟୁର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର । ଏ ନେଇ ନିକଟରେ ସେ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିସାରିଛନ୍ତି । ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବାକୁ ଅଫର ଦେଇଥିଲା କଂଗ୍ରସ । ହେଲେ ସେତେବେଳେ ଏହା ସମ୍ଭବ ହୋଇପାରି ନଥିଲା । ଦଳ ବିହାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ବଦଳି କରିବା ପରେ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଜେଏନୟୁରେ ଆନ୍ଦୋଳନ ବେଳେ ଚର୍ଚ୍ଚାକୁ ଆସିଥିଲେ କହ୍ନେୟା କୁମାର । ଏହାପର ଠାରୁ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି କହ୍ନେୟା କୁମାର । ୨୦୧୯ ଲୋକସଭା ନିର୍ବାଚନରେ ଲଢ଼ିଥିଲେ ବି ସେ ହାରି ଯାଇଥିଲେ । ବିହାର ବିଧାନସଭା ନିର୍ବାଚନ ବେଳେ ସିପିଆଇ ଓ ସିପିଆଇଏମର ଷ୍ଟାର ପ୍ରଚାରକ ଥିଲେ କହ୍ନେୟା କୁମାର ।
BREAKING NEWS
- Isreal Iran US Ceasefire: ମଧ୍ୟପ୍ରାଚ୍ୟରେ ଫେରିଲା ଶାନ୍ତି! ଜାଣନ୍ତୁ ଇରାନର ୧୦-ସୂତ୍ରୀ ସେଇ ଯୋଜନା, ଯାହା ମାନିଲା ଆମେରିକା!
- ଉଛୁଳିଲା ସେୟାର ମାର୍କେଟ: ସେନସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି
- ବିଶ୍ୱ ସଙ୍କଟ ମଧ୍ୟରେ ରେପୋ ହାର ଅପରିବର୍ତ୍ତିତ
- Iran US ଯୁଦ୍ଧବିରତି ଉପରେ ଆସିଲା ନେତାନ୍ୟାହୁଙ୍କ ପ୍ରଥମ ବୟାନ, କହିଲେ, ‘ନିଜ ସର୍ତ୍ତ ସହିତ…’
- ୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ
- ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
- ATSର ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା ସମେତ ୫ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ
- ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ, ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକ ଶେଷ, ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
- ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ଟ୍ରମ୍ପଙ୍କ ଘୋଷଣା
Comments are closed.