ନୂଆଦିଲ୍ଲୀ : କଂଗ୍ରେସରେ ମିଶିବେ ଜେଏନୟୁର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର । ଏ ନେଇ ନିକଟରେ ସେ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିସାରିଛନ୍ତି । ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବାକୁ ଅଫର ଦେଇଥିଲା କଂଗ୍ରସ । ହେଲେ ସେତେବେଳେ ଏହା ସମ୍ଭବ ହୋଇପାରି ନଥିଲା । ଦଳ ବିହାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ବଦଳି କରିବା ପରେ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଜେଏନୟୁରେ ଆନ୍ଦୋଳନ ବେଳେ ଚର୍ଚ୍ଚାକୁ ଆସିଥିଲେ କହ୍ନେୟା କୁମାର । ଏହାପର ଠାରୁ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି କହ୍ନେୟା କୁମାର । ୨୦୧୯ ଲୋକସଭା ନିର୍ବାଚନରେ ଲଢ଼ିଥିଲେ ବି ସେ ହାରି ଯାଇଥିଲେ । ବିହାର ବିଧାନସଭା ନିର୍ବାଚନ ବେଳେ ସିପିଆଇ ଓ ସିପିଆଇଏମର ଷ୍ଟାର ପ୍ରଚାରକ ଥିଲେ କହ୍ନେୟା କୁମାର ।
BREAKING NEWS
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
- ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଙ୍ଗର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
- ୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
Comments are closed.