Latest Odisha News

BREAKING NEWS

କନିକାଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ପରିବାର ଲୋକେ ଚିନ୍ତିତ

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ ଚତୁର୍ଥ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହା ପରେ ତାଙ୍କ ପରିବାର ଲୋକ ଚିନ୍ତା ବ୍ୟକ୍ତ କରିଛନ୍ତି । କନିକା କପୁର ଏବେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ ଭର୍ତ୍ତି ଅଛନ୍ତି । ମାର୍ଚ୍ଚ ୨୦ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ମାର୍ଚ୍ଚ ୯ ତାରିଖରେ ଲଣ୍ଡନରୁ ଫେରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ତାଙ୍କ ପରିବାରେ ଲୋକେ କହିଛନ୍ତି, “କନିକାଙ୍କ ଚିକିତ୍ସା ଠିକରେ କରାଯାଉନି । ଆମେ ଏହି ଲକଡାଉନ ମଧ୍ୟରେ ଭଲ ଚିକିତ୍ସା ପାଇଁ ଏୟାରଲିଫ୍ଟ ମଧ୍ୟ କରିପାରିବୁନି । ଆମେ କେବଳ ତାଙ୍କର ସୁସ୍ଥତା କାମନା କରୁଛୁ ।” କନିକାଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର କହିଛନ୍ତି ।

Comments are closed.