Latest Odisha News

BREAKING NEWS

ଅଲବିଦା ପାଓ୍ୱାର ଷ୍ଟାର: ରାଷ୍ଟ୍ରୀୟ ସମ୍ମାନ ସହ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଳୁରୁ: ଅଲବିଦା ପୁନୀତ ରାଜକୁମାର । ପଞ୍ଚଭୂତରେ ଲୀନ ହୋଇଛି କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ପାର୍ଥିବ ଶରୀର । ଆଜି ବେଙ୍ଗାଳୁରୁରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଉପସ୍ଥିତରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ପୁନୀତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ପୁନୀତଙ୍କ ଅନ୍ତିମ ଯାତ୍ରାରେ ସାମିଲ ଥିଲେ କନ୍ନଡ ଅଭିନେତା ୟଶ, ରବିଚନ୍ଦ୍ରନଙ୍କ ସମେତ ବହୁ ଅଭିନେତା ଓ ଅଭିନେତ୍ରୀ । ଶ୍ରୀକାନ୍ତିରଭା ଷ୍ଟୁଡିଓ ପରିସର ଜନସମୁଦ୍ର ପାଲଟିଥିଲା । ନିଜ ପ୍ରିୟ ଅଭିନେତାଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ହଜାର ହଜାର ଫ୍ୟାନ୍ ଓ ସମର୍ଥକଙ୍କ ସମାଗମ ହୋଇଥିଲା ।

କନ୍ନଡ ଫିଲ୍ମ ଦୁନିଆରେ ପାଓ୍ୱାର ଷ୍ଟାର ଭାବରେ ବେଶ ଜଣାଶୁଣା ଥିଲେ ପୁନୀତ ରାଜକୁମାର । ଗତ ଶୁକ୍ରବାର ୪୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ହେବାର ଥିଲା । ତେବେ ଝିଅ ନ୍ୟୁୟର୍କରୁ ଆସିବାରେ ବିଳମ୍ବ ହେବାରୁ ଆଜି ଅନ୍ତିମ ସଂସ୍କାର କରାଯାଇଛି ।

Leave A Reply

Your email address will not be published.