Latest Odisha News

BREAKING NEWS

ଡ୍ରଗ୍ସ କାରୋବାର: କନ୍ନଡ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଗିରଫ

ବାଙ୍ଗାଲୋର: ଡ୍ରଗ୍ସ କାରୋବାରରେ ଶୁକ୍ରବାର ସ୍ଥାନୀୟ ପୋଲିସ କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ କରିଛି । ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଆଡିଶିନାଲ କମିଶନର ରାଗିଣୀଙ୍କୁ ଗିରଫ କରିଥିବା କଥା ବାଙ୍ଗାଲୋର କମିଶନର କମଲ ପନ୍ଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି କେସ୍‌କୁ ସମାଧାନ କରିବା ପାଇଁ ଏକମାସ ସମୟ ଲାଗିଥିଲା ବୋଲି ସେ କହିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଜୟନଗର ଆରଟିଓରେ କିରାଣୀ ଭାବେ କାର୍ଯ୍ୟରତ ରବିଶଙ୍କରୁ ଧରିଥିଲେ । ସେ ବିଭିନ୍ନ ପାର୍ଟିରେ ଏହାକୁ ସପ୍ଲାଇ କରନ୍ତି । ତାଙ୍କୁ ପଚରାଉଚରା କରାଯିବା ପରେ ଡିଜାଇନର ଓ ଆର୍କିଟେକ୍ଟ ରାହୁଲ ଏବଂ ଏବେ ରାଗିଣୀ ଧରାପଡିଛନ୍ତି । ରାଗିଣୀଙ୍କୁ ପଚରାଉଚରା କରିବା ପରେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପନ୍ଥ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.