Latest Odisha News

ସମୁଦ୍ରରେ ଡୁବିଯିବ ଜାପାନର କାନସାଇ ଏୟାରପୋର୍ଟ

ଚିନ୍ତାର ଖବର । ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ଜାପାନ , ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି । ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

ଜାପାନର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ । ଏହା ଏକ ଦ୍ୱୀପରେ ଅବସ୍ଥିତ । କୁହାଯାଉଛି ବଡ ବଡ କୋଠାର ବୋଝରେ ଦ୍ୱୀପଟି ଦବି ଯାଉଛି । ଏଥିସହ ଏୟାରପୋର୍ଟରେ ହେଉଥିବା ଟ୍ରାଫିକ ଜାମ ଯୋଗୁ ଏପରି ହେଉଥିବା ମଧ୍ୟ ଅନୁମାନ କରାଯାଉଛି । ସୂଚନା ଅନୁସାରେ, ଏହି ଏୟାରପୋର୍ଟଟି ୧୯୯୪ ସେପ୍ଟେମ୍ବରରେ ଉଦ୍‌ଘାଟନ କରାଯାଇଥିଲା । ଓସାକା ଦ୍ୱୀପରେ ନିର୍ମିତ ଏହି ଏୟାରପୋର୍ଟ ଦେଶ ତଥା ଦେଶ ବାହାରର ସବୁ ଦ୍ୱୀପକୁ ଯୋଡିଥାଏ । ୨୦୧୬ରୁ ଏହାକୁ ଏସିଆ ମହାଦେଶର ସବୁଠାରୁ ବ୍ୟସ୍ତବହୁଳ ଓ ଜାପାନର ୩ୟ ବ୍ୟସ୍ତବହୁଳ ଏୟାରପୋର୍ଟ ଭାବେ ପରିଚିତ ।

ପରିବେଶବିତଙ୍କ ମତରେ ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ଏୟାରପୋର୍ଟ ସମ୍ପୂର୍ଣ୍ଣ ଭାବେ ପାଣିରେ ବିଲୀନ ହୋଇଯିବ । ଲୋକଙ୍କ ଯାତାୟତ ପାଇଁ ଏହି ଏୟାରପୋର୍ଟ ବଡ ମାଧ୍ୟମ ଅଟେ । ଏହାର ରନୱେ ୪ହଜାର ମିଟର ଲମ୍ବା ଅଟେ । ଦ୍ୱୀପରେ ଥିବା ଏହି ଏୟାରପୋର୍ଟ ସବୁଦ୍ର ତଟ ଠାରୁ ୨ମାଇଲ ଦୂରରେ ରହିଛି । ଏୟାପୋର୍ଟ ତିଆରି ସମୟରେ ଲକ୍ଷ ଲକ୍ଷ ଲିଟର ପାଣି କଢାଯାଇଥିଲା । ଏହାର ସୁରକ୍ଷା ପାଇଁ ହଜାର ହଜାର ପଥର ଦିଆଯାଇଛି । କିନ୍ତୁ ସମୁଦ୍ରର ଜଳସ୍ତର ବଢିବା ଯୋଗୁ ଆଉ କିଛିବର୍ଷ ମଧ୍ୟରେ ଜଳସମାଧି ନେଇଯିବ ବୋଲି ଆଶଙ୍କା ବଢୁଛି ।

Comments are closed.