ବଲାଙ୍ଗୀର: କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ୱାମୀଙ୍କ ଦାଦାଗିରି । ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ୱାମୀ ଅରବିନ୍ଦ ମହାପାତ୍ର । ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ । ତେବେ ମାମଲା ଅଧିକ ତେଜିବାରୁ କ୍ଷମା ମାଗିଛନ୍ତି ଥାନା ଅଧିକାରୀଙ୍କ ସ୍ବାମୀ।
ସୂଚନା ଅନୁସାରେ, କଣ୍ଟାବାଞ୍ଜି ଆଇଆଇସିଙ୍କ ସ୍ବାମୀ ଇନ୍ଦିରା ଛକରେ, ସ୍ଥାନୀୟ ଯୁବକଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲେ। ତେବେ ସାମାନ୍ୟ କଥା କଟାକଟି ହେବାରୁ ଯୁବକଙ୍କୁ ଚାପୁଡ଼ା ମାରିଥିଲେ ଆଇଆଇସିଙ୍କ ସ୍ବାମୀ । ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ବି ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଥିଲା ।
ଏହାପରେ ଥାନାରେ ପହଞ୍ଚିଥିଲେ ଯୁବକଙ୍କ ସହ କିଛି ଲୋକେ। ରାତି ଅଧରେ ଥାନାରେ ଏସଡିପିଓ ଓ ଆଇଆଇସି ମ୍ୟାଡମଙ୍କୁ ଘେରିଥିଲେ । ତେବେ ବିବାଦ ଅଧିକ ବଢିବାରୁ
ସର୍ବସାଧାରଣରେ ଭୁଲ୍ ମାଗିଥିଲେ ଆଇଆଇସିଙ୍କ ସ୍ବାମୀ। ଥାନା ଅଧିକାରୀଙ୍କ ସ୍ୱାମୀ କ୍ଷମା ପ୍ରାର୍ଥନା ପରେ ଲୋକେ ଶାନ୍ତ ହୋଇଥିଲା ।
Comments are closed.