ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରେ ଉତ୍ତରପ୍ରଦେଶ ସରକାର ବାର୍ଷିକ କନୱର ଯାତ୍ରା ବାତିଲ କରିଛନ୍ତି। ଏହି ଯାତ୍ରାରେ ଶିବଙ୍କ ଭକ୍ତ ହରିଦ୍ୱାରରେ ଏକତ୍ରିତ ହୋଇ ଗଙ୍ଗା ନଦୀରୁ ଜଳ ଆଣି କରି ନିଜ ନିଜ ଅଞ୍ଚଳରେ ଶିବ ମନ୍ଦିରରେ ଚଢାଇଥାନ୍ତି।
ଲଗାତାର ଦ୍ୱିତୀୟ ବର୍ଷ ସରକାର କନୱର ଯାତ୍ରା ବାତିଲ କରିଛନ୍ତି। ବାର୍ଷିକ ତୀର୍ଥଯାତ୍ରା ଜୁଲାଇ ୨୫ ରୁ ଆରମ୍ଭ ହୋଇ ଅଗଷ୍ଟ ୬ ରେ ଶେଷ ହେବାର ଥିଲା।
ଗତ ବର୍ଷ ମଧ୍ୟ ରାଜ୍ୟ ସରକାର ଏହି ଯାତ୍ରା ବାତିଲ କରିଥିଲେ।
Comments are closed.