ମୁମ୍ବାଇ: ବଲିଉଡ଼ର ହାସ୍ୟ ଅଭିନେତାଙ୍କ ମଧ୍ୟରୁ କପିଲ ଶର୍ମା ହେଉଛନ୍ତି ଅନ୍ୟତମ । ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ ଭଲ ପାଉଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୮୦ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା ।
କପିଲ ଏକ ଶୋ’ରେ କହିଛନ୍ତି ଯେ, ସ୍କୁଲରେ ପଢୁଥିବା ବେଳେ ପ୍ରୀତିଙ୍କୁ ସେ ବହୁତ ଭଲ ପାଉଥିଲେ । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ଦିନେ ପ୍ରୀତିଙ୍କୁ ଏକ ରେସ୍ତୋରାଁକୁ ନେଇଥିଲେ କପିଲ । ସେଠାରେ ଉଭୟ ପିଜା ଓ କୋଲଡ଼ିଙ୍କିସ୍ ମଗାଇ ଖାଇଥିଲେ । ସେତେବେଳେ କପିଲଙ୍କ ପାଖରେ ମାତ୍ର ୮୦ ଟଙ୍କା ଥିଲା । ତାଙ୍କର ଧାରଣା ଥିଲା ସେହି ଟଙ୍କାରେ ପିଜା ଓ କୋଲଡ଼୍ରିଙ୍କ୍ସ ହୋଇଯିବ । ହେଲେ ଖାଇବା ପରେ ବିଲ୍ ଅଧିକ ହୋଇଥିଲା । କପିଲଙ୍କ ପାଖରେ ଏତେ ଟଙ୍କା ନ ଥିବା ଜାଣିବାରୁ ପ୍ରୀତି ହଠାତ୍ ରାଗିଯାଇ ଲୋକଙ୍କ ଆଗରେ ତାଙ୍କୁ ଅପଦସ୍ତ କରିଥିଲେ, ଯାହା ତାଙ୍କୁ ବହୁତ ଅପମାନିତ କରିଥିଲା । ଏହି ଛୋଟିଆ କଥାରୁ ହିଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କପିଲ କହିଛନ୍ତି ଯେ, ପ୍ରୀତିଙ୍କ ପ୍ରଯୋଜନାରେ ହିଁ କପିଲ ଶର୍ମା ଶୋ ଆୟୋଜିତ ହୋଇଥିଲା । ଏଥିସହିତ ତାଙ୍କୁ ନେଇ ଅନେକ କମେଡ଼ି ଶୋ ମଧ୍ୟ ପ୍ରଯୋଜନା କରିଛନ୍ତି ପ୍ରୀତି । ୮ ବର୍ଷର ସମ୍ପର୍କ ମାତ୍ର ୮୦ ଟଙ୍କା ପାଇଁ ଛିନ୍ନ ହୋଇଥିଲା ବୋଲି କହିଛନ୍ତି କପିଲ ।
ପରେ ତାଙ୍କର କଲେଜ ଫ୍ରେଣ୍ଡ ଗିନ୍ନିଙ୍କୁ ବିବାହ କରିଥିଲେ କପିଲ । ଏବେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.