Latest Odisha News

BREAKING NEWS

ଚୀନ ମହିଳା କିଣିଲେ ଜାପାନର ଦ୍ଵୀପ

ବେଜିଂ:ଚୀନ ମହିଳା କିଣିଲେ ଜାପାନୀ ଦ୍ଵୀପ। ଏମିତି ଦାବି କରିଛନ୍ତି ନିଜେ ଚୀନର ୩୪ ବଷୀୟ ମହିଳା । ମହିଳାଙ୍କର ଏପରି ଦାବି ସାମ୍ନାକୁ ଆସିବା ପରେ ଟୋକିଓ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜାପାନର ଏହି ଦ୍ଵୀପର ନାଁ ହେଉଛି ୟାନାହା । ଓକିନାବା ପ୍ରାନ୍ତର ଉତ୍ତରରେ ରହିଛି ଏହି ଦ୍ଵୀପ । ଏହାର ଏକ ଭାଗ ଟୋକିଓ ସ୍ଥିତ କନସଲଟିଂ ଫାର୍ମର ମାଲିକାନାରେ ରହିଛି ।

ଜାପାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଚୀନରେ ରହୁଥିବା ଜଣେ ମହିଳା ଜାପାନର ଓକିନାବା ପ୍ରାନ୍ତରେ ଥିବା ଏକ ଦ୍ଵୀପକୁ ଖରିଦ କରିଛନ୍ତି । ତେବେ ଏହି ମହଳାଜଣକି କିଏ ତାହା ଜଣାପଡିନି । ତେବେ ତାଙ୍କର ବୟସ ପାଖାପାଖି ୩୦ ବର୍ଷ ହେବ । ମହିଳା ଜଣକ ଦାବି କରିଛନ୍ତି, ଏହି ଫାର୍ମ ତାଙ୍କର ଜଣେ ସମ୍ପର୍କୀୟଙ୍କ କମ୍ପାନୀ ଅଟେ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫାର୍ମ ଚିନି କାରବାର ସହ ସମ୍ପର୍କ ରଖେ । ଓକିନାବା ପ୍ରାନ୍ତର ଇଜେନା ଗାଁରେ ରହିଛି ଏହି ଫାର୍ମର ଅଫିସ । ଫାର୍ମର କହିବା ଅନୁଯାୟୀ, ଏହି ଦ୍ଵୀପର ପାଖାପାଖି ୫୦ ପ୍ରତିଶତ ଅଂଶ ତାଙ୍କ ଅଧୀନରେ ରହିଛି । ରିପୋର୍ଟରେ କୁହାଯାଇଛି, ଏହାର ସମୁଦ୍ର ତଟ ସ୍ଥାନୀୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି ।
ଏହି ଦ୍ଵୀପକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଉକ୍ତ ମହିଳାଙ୍କ ଦ୍ୱାରା ସେୟାର କରାଯାଇଛି । ଭିଡିଓରେ ସେ ୟାନାହା ଦ୍ଵୀପରେ ଥିବା ଜଣାଯାଉଛି । ଦୀର୍ଘ ସମୟ ଧରି ସେ ଏଠାରେ ରହିଲେ ଏବଂ ସ୍ଥାନୀୟ ଅଞ୍ଚଳର ଫଟୋ ଏବଂ ଫୁଟେଜ ନେଲେ । ଭିଡିଓରେ ଦେଖିବାକୁ ମିଳିଛି, କନସଲ୍ଟିଂ ଫାର୍ମ ସମ୍ପର୍କିତ ଏକ ଦସ୍ତାବିଜ ଦେଖାଉଛନ୍ତି । ସେ ୱେବ ସାଇଟରେ ୟନାହା ଦ୍ଵୀପକୁ ଅଧିଗ୍ରହଣ କରିଥିବା ଦାବି କରିଛନ୍ତି । ସେ ଏହାକୁ ୨୦୨୦ରୁ କିଣିଥିବା ଦାବି କରୁଛନ୍ତି ।

Leave A Reply

Your email address will not be published.