Latest Odisha News

BREAKING NEWS

ଦିଲ୍ଲୀ ଦଙ୍ଗା ମାମଲା: କପିଲ ମିଶ୍ର କହିଲେ କୌଣସି ଭାଷଣ ଦେଇନାହିଁ

ନୂଆଦିଲ୍ଲୀ: ଫେବୃଆରୀ ୨୮ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ଘଟଣାରେ ବିଜେପି ନେତା କପିଲ ମିଶ୍ରଙ୍କୁ ଜୁଲାଇ ୨୮ ରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପଚରାଉଚରା କରିଥିଲା।

ପଚରାଉଚରା ବେଳେ ମିଶ୍ର ମୌଜପୁର ଗସ୍ତରେ କୌଣସି ଭାଷଣ ଦେଇନଥିବା କହିଛନ୍ତି। ଗତ ସପ୍ତାହରେ କର୍କାର୍ଡୋମା କୋର୍ଟରେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ଏକ ଚାର୍ଜସିଟରେ ଏହି ମନ୍ତବ୍ୟ ଦିଆଯାଇଛି।

ଚାର୍ଜସିଟରେ ମିଶ୍ରଙ୍କୁ ତାଙ୍କ ମୌଜପୁର ଗସ୍ତ ଏବଂ ଫେବୃଆରୀ ୨୩ରେ ତାଙ୍କ ଭାଷଣର ଭାଇରାଲ ଭିଡିଓ ବିଷୟରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ତାଲିକାଭୁକ୍ତ କରାଯାଇଛି। ଉକ୍ତ ଭିଡିଓରେ ମିଶ୍ର ଡିଜିପି ବେଦ ପ୍ରକାଶ ସୂର୍ଯ୍ୟ ନିକଟରେ ଠିଆ ହୋଇଥିବା ବେଳେ ମୌଜପୁର ଟ୍ରାଫିକ ସିଗନାଲ ନିକଟରେ ଏକ ପ୍ରୋ-ସିଏଏ ଗୋଷ୍ଠୀକୁ ସମ୍ବୋଧିତ କରୁଥିବା ଦେଖାଯାଇଛି।

ଚାର୍ଜସିଟରେ ମିଶ୍ର କହିଛନ୍ତି ଯେ ସେ କୌଣସି ଭାଷଣ ଦେଇନାହାଁନ୍ତି ଏବଂ ତିନି ଦିନ ମଧ୍ୟରେ ପୋଲିସକୁ ରାସ୍ତାରୁ ଓହରିବାକୁ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ଡିସିପି ଉତ୍ତର-ପୂର୍ବ ବେଦ ପ୍ରକାଶ ସୂର୍ଯ୍ୟଙ୍କୁ ସେ ଡାକିଥିଲେ। ଏହା ପରେ ଡିସିପି ତାଙ୍କୁ ସାଙ୍ଗରେ ନେଇଥିଲେ, ତଥାପି ସେମାନେ ପହଞ୍ଚିବା ବେଳକୁ କିଛି ଅଞ୍ଚଳରେ ଦଙ୍ଗା ଆରମ୍ଭ ହୋଇସାରିଥିଲା।

ସେ ଆହୁରି ମଧ୍ୟ ପୋଲିସକୁ କହିଛନ୍ତି ଯେ CAA ବିରୋଧୀ ପ୍ରଦର୍ଶନକାରୀଙ୍କ ଯୋଗୁଁ ଏହି ଅଞ୍ଚଳର ବାସିନ୍ଦାମାନେ ସେମାନଙ୍କ ଦୋକାନ ଚଳାଇବାରେ ସକ୍ଷମ ହୋଇନଥିଲେ ଏବଂ ପିଲାମାନେ ବିଦ୍ୟାଳୟରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦଙ୍ଗା ପୂର୍ବରୁ ସେ ଉତ୍ତର-ପୂର୍ବ ଦିଲ୍ଲୀ ଜିଲ୍ଲାକୁ ଯାଇଛନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ତାଙ୍କ ଘର ଜିଲ୍ଲା ଅନ୍ତର୍ଗତ ଯମୁନା ବିହାରରେ ଅବସ୍ଥିତ।

Leave A Reply

Your email address will not be published.