Latest Odisha News

BREAKING NEWS

ବଢିଲା +୨ ନାମଲେଖାର ସମୟସୀମା

ଭୁବନେଶ୍ୱର: ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟ ନାମଲେଖାର ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢାଇଛନ୍ତି ରାଜ୍ୟ ସରକାର ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି । ପୂର୍ବରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ତାରିଖ ସେପ୍ଟେମ୍ବର ୨୬ ରହିଥିଲା । ଯାହାକୁ ଏବେ ବୃଦ୍ଧି କରାଯାଇଛି ।

ଆହୁରି ମଧ୍ୟ ସିବିଏସଇ ଓ ଆଇସିଏସଇ ଛାତ୍ରଛାତ୍ରୀମାନଙ୍କର ଡିଜିଲକର ଆପ୍ ଜରିଆରେ ସାର୍ଟିଫିକେଟ୍ ଗ୍ରହଣ କରିବା ଲାଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୁନିଅର୍ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ୧ ମାସ ମଧ୍ୟରେ ଅରିଜିନାଲ୍ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆଡମିଶନ ସମୟରେ କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.