Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ପୁଅର ନାଁ ଘୋଷଣା କଲେ କପିଲ ଶର୍ମା

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନି ଚାତ୍ରାଥ୍ ଫେବୃଆରୀ ୧ ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ କପିଲ ଟ୍ୱିଟରରେ ତାଙ୍କ ପୁଅର ନାମ ଘୋଷଣା କରିଛନ୍ତି। କପିଲ ତାଙ୍କ ପୁଅର ନା ତ୍ରିଶାନ ରଖିଛନ୍ତି।

ତେବେ ଗଲା ଏପ୍ରିଲ୍‌ ୨ରେ କପିଲ୍‌ଙ୍କ ଜନ୍ମଦିନ ଅବସରରେ ଗାୟିକା ନୀତି ମୋହନ ତାଙ୍କୁ ଜୁନିୟର ଶର୍ମାଙ୍କ ନା ବିଷୟରେ ପଚାରିଥିଲେ।

କପିଲ ଶର୍ମା ତାଙ୍କ ପ୍ରତିକ୍ରିୟାରେ ଟ୍ୱିଟ କରି  ନୀତିଙ୍କ ଧନ୍ୟବାଦ ଜଣାଇବା ସହ ପୁଅର ନାଁ ଘୋଷଣା କରିଥିଲେ।

Comments are closed.