Latest Odisha News

ଏସପି ସମର୍ଥନରେ କପିଳ ସିବଲ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ: କପିଳ ସିବଲ ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଛାଡିବା ପ୍ରସଙ୍ଗରେ ସେ କହିଥିଲେ, ମୁଁ ମେ୧୬ରୁ ଦଳ ଛାଡି ସାରିଛି । ବିରୋଧୀ ଦଳରେ ରହି ନରେନ୍ଦ୍ର ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିବା ଭଳି ମେଂଟ ଗଠନ କରିବାକୁ ଚାହୁଁଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ଅବସରରେ କପିଳଙ୍କୁ ସ୍ୱାଗତ କରିଥିଲେ । ଏସପି ସମର୍ଥନରେ ସେ ରାଜ୍ୟସଭା ଯିବେ । ସେଠାରେ ସେ ଠିକଭାବେ ବ୍ୟକ୍ତିଗତ ଏବଂ ଏସପିର ମତ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଅଖିଳେଶଙ୍କୁ ବାଇସାଇକେଲ ଚିହ୍ନ ମିଳିବା ପଛରେ କପିଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସେ ଏ ନେଇ ନିର୍ବାଚନ କମିଶନରଙ୍କ ପାଖରେ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ । କପିଳ କଂଗ୍ରେସ ନେତାଙ୍କ ଜି-୨୩ ଦଳର ପ୍ରମୁଖ ସଦସ୍ୟ ।

Leave A Reply

Your email address will not be published.