Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି ।

ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ମଧ୍ୟ ଟ୍ରକ ଡମ୍ଫର ଆଦି ସ୍ବାଭାବିକ ଭାବେ ଚଳାଚଳ କରୁଥିବାର ଦେଖିବାକୁ ମିଳିଛି । ତେବେ ସରକାର ଦାବୀ ନ ମାନିଲେ ଆଗକୁ ଆହୁରି ବିକ୍ଷୋଭ ଜୋରଦାର କରାଯିବ ବୋଲି କହିଛନ୍ତି ସଂଘର ଜିଲ୍ଲା ସଭାପତି।

ଭାରତ ବନ୍ଦର ପ୍ରଭାବ ଜୟପୁରରେ  ଦେଖିବାକୁ ମିଳିଛି । ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ଦ୍ୱାରା ଓବିସି ଙ୍କର ଜାତୀୟ ଆଧାରିତ ଜନଗଣନା କରିବା , ଇଭିଏମ ବିରୁଦ୍ଧରେ ଓ ପୁରୁଣା ପେନସନ ସ୍କିମକୁ ପୁନଃ କାଯ୍ୟ କାରିକରିବା . ବେସରକାରି କ୍ଷେତ୍ରରେ ଏସସି, ଏସଟି ଓ ଓବିସି ଙ୍କ ପାଇ ସଂରକ୍ଷଣ କାଯ୍ୟକାରି କରିବା  ଆଦି ଦାବିରେ ଭାରତ ବନ୍ଦ କରାଯାଇଛି ।

ବନ୍ଦର ପ୍ରଭାବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ଦେଖାଯାଇଛି ।

Leave A Reply

Your email address will not be published.