Latest Odisha News

BREAKING NEWS

ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ

ନୂଆଦିଲ୍ଲୀ: ଶନିବାର ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜା ପରେ ଭାଷଣ ଦେଇଥିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଆଉ ତାପରେ ତାଙ୍କ ଭାଷଣକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି ଫାଇଟ୍ । ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ ।

ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ବିଜୟାଦଶମୀ ଉପରେ ମୋହନ ଭାଗବତଙ୍କ ବାର୍ତ୍ତା । ସମସ୍ତ ପ୍ରକାରର ଲୋକଙ୍କ ମଧ୍ୟରେ ବନ୍ଧୁତା ରଖିବା ଉଚିତ୍ । ଭାଷା ବିବିଧ ହୋଇପାରେ, ସଂସ୍କୃତି ବିବିଧ ହୋଇପାରେ, ଖାଦ୍ୟ ବିବିଧ ହୋଇପାରେ କିନ୍ତୁ ବନ୍ଧୁତା, ଏହା ଏକାଠି ହେବା ଉଚିତ୍ ଆଉ କିଏ ତାଙ୍କ କଥା ଶୁଣୁଛନ୍ତି? ମୋଦି? ନା ଆଉ କିଏ?

ନାଗପୁରରେ ଆୟୋଜିତ ଦଶହରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଆରଏସଏସ ମୁଖ୍ୟ ମୋହନ ଭାଗବତ ସାମାଜିକ ବିକାଶରେ ସହଯୋଗ କରିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଥିଲେ । ଅହଲ୍ୟବାଇ ହୋଲକର ଏବଂ ଦୟାନନ୍ଦ ସରସ୍ୱତୀଙ୍କ ବିଷୟରେ ସେ କହିଥିଲେ ଯେ, ଏହି ଲୋକମାନେ ସମାଜର ବିକାଶରେ ସେମାନଙ୍କର ଅମୂଲ୍ୟ ଅବଦାନ ଦେଇ ଆମ ସମସ୍ତଙ୍କ ଜୀବନରେ ଏକ ଗଭୀର ପ୍ରଭାବ ପକାଇଛନ୍ତି, ଯାହା ଆମ ପାଇଁ ଏକ ଆଦର୍ଶ ଅଟେ । ବର୍ତ୍ତମାନ ସେମାନଙ୍କର ଆଦର୍ଶକୁ ଆଗାମୀ ପିଢିରେ ପହଞ୍ଚାଇବା ଆମର ମୌଳିକ କର୍ତ୍ତବ୍ୟ ଅଟେ ।

Leave A Reply

Your email address will not be published.