Latest Odisha News

BREAKING NEWS

ଭୁବନେଶ୍ୱରର ଆଉ ୨ଟି ହୋଟେଲରେ ୩୦୦ ଟଙ୍କାରେ ମିଳିବ କ୍ୱାରେଣ୍ଟାଇନ ସୁବିଧା

ଭୁବନେଶ୍ୱର: ବିଏମସି(ଭୁବନେଶ୍ୱର ମହାନଗର ନିଗମ) ତରଫରୁ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ହୋଟେଲ ଗୁଡିକରେ କ୍ୱାରେଣ୍ଟାଇନ ସୁବିଧା କରାଯାଇଛି । ତେବେେ ଉପଲବ୍ଧ କରାଯାଇଥିବା ପେ- ଆଣ୍ଡ-ୟୁଜ କ୍ୱାରେଣ୍ଟାଇନ ସୁବିଧା ସୂଚୀରେ ଆଉ ୨ଟି ହୋଟେଲ ସାମିଲ ହୋଇଛି ।

ଏହି ତାଲିକାରେ ସାମିଲ ହୋଇଥିବା ହୋଟେଲ ଗୁଡିକ ହେଲା-କଟକ ରୋଡରେ ଥିବା ପାର୍କ ରିସର୍ଟ ଓ ହୋଟେଲ ପାରାଡାଇଜ । ଏହି ଦୁଇଟି ହୋଟେଲ ସର୍ବନିମ୍ନ ମୂଲ୍ୟ ୩୦୦ ଟଙ୍କାରେ ସେବା ପ୍ରଦାନ କରିବେ । ଯେଉଁଥିରେ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଓ ୩ ବୋତଲ ପିଇବା ପାଣି ସାମିଲ ରହିବ । ଏନେଇ ବିଏମସି ବିଜ୍ଞପ୍ତି ଜାରି କରିଛି ।

କ୍ୱାରେଣ୍ଟାଇ ସୁବିଧାକୁ ଉପଯୋଗ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ବିଏମସି କିଛି ଗାଇଡଲାଇନ ଜାରି କରିଛି ।

-କ୍ୱାରେଣ୍ଟାଇ ସୁବିଧା ଉପଯୋଗ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ସୂଚୀରେ ଥିବା ହୋଟେଲକୁ ସମ୍ପର୍କ କରିପାରିବେ ।

-ସନ୍ଦିଗ୍ଧ କିମ୍ବା ବିଦେଶରୁ ଫେରିବା ପରେ କିମ୍ବା କାହା ସଂସ୍ପର୍ଶରେ ଆସିବାର ୧୪ ଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହି ସୁବିଧାକୁ ଉପଯୋଗ କରିପାରିବେ । କ୍ୱାରେଣ୍ଟାଇନ ସମୟରେ କୌଣସି ସନେ୍ଦହ ଉପୁଜିଲେ ଡାକ୍ତରମାନଙ୍କ ଦ୍ୱାରା ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

– ହୋଟେଲ ଏବଂ ଅତିଥିଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି ହୋଇଥିବା କ୍ୱାରେଣ୍ଟାଇନ ଗାଇଡଲାଇନ ପାଳନ କରିବାକୁ ପଡିବ ।

– ବିଏମସି କିମ୍ବା ଓଡିଶା ସରକାର ଡାକ୍ତରଙ୍କୁ ଦାୟିତ୍ୱ ଦେବେ, ଯେଉଁମାନେ କ୍ୱାରେଣ୍ଟାଇନ ସୁବିଧା ଉପଯୋଗ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ ।

– କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ବିଷୟରେ ପଚରାଗଲେ ହୋଟେଲ ପରିଚାଳକ ତାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବେ ।

Leave A Reply

Your email address will not be published.