Latest Odisha News

BREAKING NEWS

ଧଡକ-୨: ପୋଷ୍ଟର ସହ ଷ୍ଟାର କାଷ୍ଟ ଘୋଷଣା କଲେ କରଣ ଜୋହର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ଧଡକ ୬ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସେ ସାହିଦ କପୁରଙ୍କ ସାନଭାଇ ଇଶାନ ଖଟ୍ଟରଙ୍କ ସହ ନଜର ଆସିଥିଲେ । ଫିଲ୍ମଟିରେ ସେ ଡେବ୍ୟୁ କରିଥିବାବେଳେ ଏହା ହିଟ୍ ମଧ୍ୟ ହୋଇଥିଲା ଆଉ ତାପରଠୁ ଜାହ୍ନବୀ ଚର୍ଚ୍ଚିତ ଚେହେରା ପାଲଟିଗଲେ । ଏହି ଫିଲ୍ମଟି ସୌରାଟର ହିନ୍ଦୀ ଭର୍ସନ ଥିଲା । ନିକଟରେ କରଣ ଜୋହର ତାଙ୍କ ଜନ୍ମଦିନରେ ଫିଲ୍ମର ସିକ୍ୱେଲ ଘୋଷଣା କରି ତାଙ୍କ ପ୍ରଶଂସକ ମାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ।

କରଣ ଜୋହର ଇନଷ୍ଟାଗ୍ରାମରେ ଏକ ମୋସନ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ତୃପ୍ତି ଡିମରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟର ଫିଲ୍ମର ପ୍ରଥମ ଭାଗରେ ଥିଲେ । ଉଭୟଙ୍କ କେମେଷ୍ଟ୍ରୀକୁ ବହୁତ ପସନ୍ଦ କରାଯାଇଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଫିଲ୍ମର ମୋସନ ପୋଷ୍ଟର ସେୟାର କରିବା ସମୟରେ କରଣ ଜୋହର ଲେଖିଥିଲେ – ଏହି କାହାଣୀ ଟିକିଏ ଅଲଗା, କାରଣ ଜଣେ ରାଜା ଥିଲେ, ଜଣେ ରାଣୀ ଥିଲେ – ଜାତି ଭିନ୍ନ ଥିଲା … ଶେଷ କାହାଣୀ ।

ସିଦ୍ଧାନ୍ତ-ତୃପ୍ତି ଏହି ଫିଲ୍ମରେ ଅଭିନୟ କରୁଥିବାବେଳେ ଏହାକୁ ସାଜିଆ ଇକବାଲ ନିର୍ଦ୍ଦେଶନା ଦେବେ । ୨୨ ନଭେମ୍ବର ୨୦୨୪ ରେ ଧଡକ-୨ ଫିଲ୍ମ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହାର କାହାଣୀ ମଧ୍ୟ ପୂର୍ବ କାହାଣୀ ସହିତ ସମାନ ହେଲା ପରି ମନେହେଉଛି କିନ୍ତୁ ନୂଆ କଥା ହେଉଛି ଏଥର ଫିଲ୍ମର ଷ୍ଟାର୍ କାଷ୍ଟ ନୂଆ ଅଛନ୍ତି ।

Comments are closed.