Latest Odisha News

BREAKING NEWS

ମାଧୁରୀ, ବିଦ୍ୟା, ନୀନାଙ୍କୁ ନେଇ ଫିଲ୍ମ କରିବେ କରନ

ମୁମ୍ବାଇ: ବଲିଉଡରେ ରିମେକର ଟ୍ରେଣ୍ଡ ଚାଲିଛି । ପ୍ରତିଷ୍ଠିତ ଫିଲ୍ମ ମେକର ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଓ ନୀନା ଗୁପ୍ତାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମରାଠା ଫିଲ୍ମ ଝିମ୍ମାର ରିମେକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଫିଲ୍ମର କନସେପ୍ଟ ତାଙ୍କୁ ପସନ୍ଦ ଆସିବାରୁ ବଲିଉଡର ୩ ଭଲ ଅଭିନେତ୍ରୀଙ୍କୁ ନେଇ ଏହା କରିବା ପାଇଁ ଅଂଟା ଭିଡିଛନ୍ତି । ୧୯ ନଭେମ୍ବର ୨୦୨୧ରେ ସୋନାଲୀ କୂଲକର୍ଣ୍ଣି, ସୁଚିତ୍ରା ବାନ୍ଦେକର, ନିର୍ମିତ ସାୱନ୍ତ, କ୍ଷିତିଜ ଯୋଗ, ସୁହାସ ଯୋଶୀଙ୍କ ପରି କଳାକାର ଅଭିନୟ କରିଥିଲେ । କରୋନା ମହାମାରୀ ପରେ ହେମନ୍ତ ଧୋମେଙ୍କ ଏହି ଫିଲ୍ମ ମରାଠା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

ଗତ ମାସରେ ସେ ଏହାର ପାର୍ଟ ୨ କରିବେ ବୋଲି ଘୋଷଣା କରିଛନ୍ତି । ଏଥିରେ କଲର ୟେଲୋ ପ୍ରଡକ୍ସନ ସିକ୍ୱେଲର ସହ ନିର୍ମାତା ଏଥିରେ ସାମିଲ ହୋଇଛନ୍ତି । ପୂର୍ବରୁ କରନ ୨୦୧୬ର ସୈରାଟ ଫିଲ୍ମର ରିମେକ ଧଡକ କରିଥିଲେ । ଏଥିରେ ଜାହ୍ନବୀ କାପୁର ଓ ଈଶାନ ଖଟ୍ଟର ଅଭିନୟ କରିଥିଲେ ।

Leave A Reply

Your email address will not be published.