Latest Odisha News

ପୋଖରି ଖୋଳାକୁ ନେଇ ବିବାଦ, ପିଟି ପିଟି ଯୁବକଙ୍କୁ ମାରିଦେଲେ

ସୁବର୍ଣ୍ଣପୁର: ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସରକାରୀ ଜମିରେ ପୋଖରି ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଉପୁଜି ଥିବା ବିବାଦ ପାଇଁ ମୁଣ୍ଡ ଗଡ଼ିଛି । ଠେଙ୍ଗା ମାଡ଼ ପରେ କାଠ ଗଣ୍ଡିରେ ଛେଚି ଜଣଙ୍କୁ ହତ୍ୟା କରିଛନ୍ତି ଅପର ପକ୍ଷ ।

ମୃତକ ହେଉଛନ୍ତି କମିରା ଗାଁର ପ୍ରକାଶ ବିଶ୍ୱାଳ । ଜମିବାଡିକୁ ନେଇ ଗାଁର ଶିବ ପଧାନ ଓ ଦୁଃଶାସନ ପ୍ରଧାନଙ୍କ ସହ ପ୍ରକାଶଙ୍କ ଝଗଡ଼ା ହୋଇଥିଲା । ପରେ ଉକ୍ତ ଜମିରେ ମାଟି ଖୋଳାବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରକାଶକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବିବାଦୀୟ ଜମିରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ବୀରମହାରାଜପୁର ଏସଡିପିଓଙ୍କ ନେତୃତ୍ବରେ ସୁବଳୟା ପୋଲିସ ପହଞ୍ଚି ତଦନ୍ତ କରୁଛି । ଶିବ ଓ ଦୁଃଶାସନକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.