Latest Odisha News

BREAKING NEWS

‘ସାରାଙ୍କ ବିବାହ କରାଇବା କରଣ ଜୋହରଙ୍କର ପରବର୍ତ୍ତୀ ମିଶନ’

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତ୍ରୀ ସାରା ଅଲି ଖାନ ୫୪ତମ ‘ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗ ଦେଇଥିଲେ। ଉଭୟ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଏ ୱାତନ୍ ମେରେ ୱାତନ୍’ ପାଇଁ ବହୁତ ଉତ୍ସାହିତ ଅଛନ୍ତି।

ଏଠାରେ କରଣ ଜୋହର ଏପରି କିଛି କହିଛନ୍ତି ଯାହାକି ତାଙ୍କ ଶୋ କରଣ ୱିଥ୍ କଫିରେ ଏକ ମୋଡ଼ ଦେଇଛି। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ବିଥ କରନ’କୁ ସାରା ଓ ତାଙ୍କ ବାପା ସୈଫ ଅଲ୍ଲୀ ଖାନ ଆସିଥିଲେ। ଶୋ’ରେ କରଣ ଜୋହର ଲଭ୍ ଓ ମ୍ୟାରେଜ ବିଷୟରେ କଥାବର୍ତ୍ତା ହେଉଥିଲେ। ଏହି ସମୟରେ କରଣ କହିଥିଲେ, ମୁଁ ସେଇ ପଞ୍ଜାବୀ ଆଣ୍ଟି ଯିଏ, ସମସ୍ତଙ୍କର ବିବାହ ହୋଇଯାଉ ବୋଲି ଚାହିଁଥାଏ। ଆଉ ସାରା ମୋର ପରବର୍ତ୍ତୀ ମିଶନ ଅଟନ୍ତି। ଏହାକୁ ଶୁଣି ସାରା ଆଶ୍ଚର୍ଯ୍ୟର ସହ ହସିବାକୁ ଲାଗିଥିଲେ।

କରଣ ଜୋହର ଏହା ମଧ୍ୟ କହିଛନ୍ତି ଯେ “ମୁଁ ଜାଣେ ଯେଉଁମାନେ ବିବାହର ସମ୍ଭାବନା ବିଷୟରେ ଆସି ଆଲୋଚନା କରିଛନ୍ତି ଏବଂ ପରେ ସେମାନେ ବିବାହ କରିଛନ୍ତି। ମୁଁ ଭାବୁଛି ମୋ ଭିତରେ ଟିକିଏ ସିମା ତାପାରିଆ ଅଛି।

Comments are closed.