Latest Odisha News

BREAKING NEWS

ବେଶୀ ଦିନ ତିଷ୍ଠି ପାରିଲା ନାହିଁ ଦ୍ୱିତୀୟ ବିବାହ, ପତ୍ନୀଙ୍କୁ ବି ଛାଡ଼ପତ୍ର ଦେଲେ କରଣ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣ ବୀର ମେହରାଙ୍କ ପୁଣିଥରେ ବିବାହ ବିଚ୍ଛେଦ ହୋଇଯାଇଛି । ଏହା କରଣଙ୍କ ଦ୍ୱିତୀୟ ବିବାହ ବିଚ୍ଛେଦ । କରଣ ୨୦୨୧ ଜାନୁୟାରୀରେ କରଣ ନିଧି ସେଠ୍‌ଙ୍କୁ ବିବାହ କରିଥିଲେ । ଏହି ବିବାହ ବି ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ବିବାହକୁ ମାତ୍ର ୨ବର୍ଷ ପୂରିଥିବା ବେଳେ ଅଭିନେତାଙ୍କ ବିବାହ ବିଚ୍ଛେଦ ହୋଇଛିି । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି ।
କରଣ ନିଧିଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ କିଛି ମାସ ସେମାନଙ୍କ ବୈବାହିକ ଜୀବନ ହସଖୁସିରେ ଚାଲିଥିଲା । ହେଲେ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାକୁ ଲାଗିଲା । ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କରଣ ଓ ନିଧି ଅନେକ ଚିନ୍ତା କରିବା ପରେ ସହମତିରେ ଏହି ବିବାହ ବିଚ୍ଛେଦ ହୋଇଛି ।

ବିବାହ ବିଚ୍ଛେଦ ପରେ କରଣ ମୁମ୍ବାଇରେ ନିଜର ସୋ’ ‘ବାତେ କୁଛ ଅନକହି ସି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେହିପରି ନିଧି ତାଙ୍କର ପରିବାର ଲୋକଙ୍କ ସହିତ ବେଙ୍ଗାଲୁରୁ ପଳାଇଯାଇଛନ୍ତି । କରଣ ବିବାହ ବିଚ୍ଛେଦକୁ ନେଇ ପ୍ରତକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ନିଧିଙ୍କ ସହିତ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିବା କଥାକୁ ସ୍ପଷ୍ଟ କରିଛନ୍ତି ।ଏହି ଘଟଣାକୁ ନେଇ ନିଧି କହିଛନ୍ତି, ହଁ ଆମର ବିବାହ ବିଚ୍ଛେଦକୁ ତିନିମାସ ହୋଇଯାଇଛି । ଆମେ ଦୁହେଁ ବର୍ଷେ ହେବ ଅଲଗା ରହୁଥିଲୁ । ମୋ ମତରେ ଯେଉଁ ସମ୍ପର୍କରେ ସମ୍ମାନ ନାହିଁ, ବୁଝାମଣା ନାହିଁ ସେ ସମ୍ପର୍କରେ ରହି ଅଶାନ୍ତି ହେବା ବଦଳରେ ଦୂରେଇ ଯିବା ଭଲ ।

Comments are closed.