Latest Odisha News

BREAKING NEWS

୨ଦିନ ଲାଗି ବନ୍ଦ କରଞ୍ଜିଆର ଦୋକାନ ବଜାର

କରଞ୍ଜିଆ: ମୟୁରଭଞ୍ଜର କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ଆଗାମୀ ୨ ଦିନ ଯାଏଁ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।

ସୂଚନା ଅନୁଯାୟୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଜିଲ୍ଲାପାଳଙ୍କ ଅପିଲ ପରେ ବ୍ୟବସାୟୀ ସଂଘ ଏପରି ନିଷ୍ପତ୍ତି ନେଇଛି। ଯାହା ଫଳରେ ଆଜି ସକାଳ ୬ଟାରୁ ୨୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯିବ।

ସେହିପରି କରଞ୍ଜିଆ ଏନଏସି ଅନ୍ତର୍ଗତ ସବୁ ମାର୍କେଟ ମଙ୍ଗଳବାର ଓ ବୁଧବାର ଦିନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.