Latest Odisha News

BREAKING NEWS

ରାଜ୍ୟରେ ୨୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୦୦ ପାର କରିଛି । ଆଜି ଆଉ ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଛନ୍ତି ସର୍ବାଧିକ ୪ ଜଣ ସଂକ୍ରମିତ । ସେହିପରି ସୁନ୍ଦରଗଡ଼ରୁ ୩ ଜଣ, ରାୟଗଡ଼ାରେ ଆଉ ଦୁଇ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା ।

ଚଳିତବର୍ଷ ଆଜି ରାଜ୍ୟରେ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨ହଜାର ୭କୁ ବୃଦ୍ଧି ପାଇଛି । ଗତ ୬ ଦିନ ମଧ୍ୟରେ ୪୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୧ ଜଣ କରୋନାର ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୫୭, ସୁନ୍ଦରଗଡ଼ରୁ ୧୮୫, କଟକ ଜିଲ୍ଲାରେ ୧୪୫ ଓ ପୁରୀରେ ୧୨୦ ଜଣ ଆକ୍ରାନ୍ତ କରୋନାରେ ଜୀବନ ହରାଇଛନ୍ତି ।

Leave A Reply

Your email address will not be published.