Latest Odisha News

BREAKING NEWS

ବୃଦ୍ଧାଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ଗିରଫ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ବୃଦ୍ଧିଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରି ବୀଭତ୍ସ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୁଇ ଦିନ ପରେ ସେମାନେ ଗିରଫ ହୋଇଛନ୍ତି । ନିଖୋଜ କଟା ମୁଣ୍ଡକୁ ବି ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଜାମୁନାଳିଆ ଗାଁର ମୁନା ଲୋହାର ଓ ନାଥ ଲୋହାର ।

ଗତ ୪ ତାରିଖରେ ହାଟପଡ଼ିଆ ନିକଟରେ ବୃଦ୍ଧାଙ୍କର ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ଶନିବାର ରାତିରେ ତାଙ୍କୁ ହତ୍ୟା କରାଯାଇଥିଲା । ମୃତକ ଥିଲେ ୬୩ ବର୍ଷୀୟ ବୃଦ୍ଧା ଯମୁନା ହାଁସଦା । ହତ୍ୟାକାଣ୍ଡ ସନ୍ଦେହରେ ପୋଲିସ ଜାମୁନାଳିଆ ଗାଁର ଦୁଇ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା ।

ସେମାନଙ୍କ ମଧ୍ୟରୁ ମଧୁ ଲୋହାର ତାର ସାନଭାଇ ମୁନା ଲୋହାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସକୁ କହିଥିଲା । ଏହାପରେ ମୁନା ଲୋହାର ଓ ତାର ମାମୁଁ ପୁଅ ଭାଇ ନାଥ ଲୋହାରକୁ ଗିରଫ କରିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ମାରଣାସ୍ତ୍ର ଜବତ ହୋଇଛି । ସେମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।

ଅଭିଯୁକ୍ତ ମୁନା ପୋଲିସକୁ କହିଛି ହତ୍ୟାକାଣ୍ଡର କାରଣ । ୨ ମାସ ପୂର୍ବରୁ ମୁନାର ବାପା ବାଲିଭୋଳ ହାଟକୁ ଆସିଥିବା ବେଳେ ଯମୁନା ସହ ଝଗଡା ହୋଇଥିଲା । ସେହିଦିନ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ମୁନା ଯମୁନା ହାଁସଦାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପୋଲିସକୁ କହିଛି । ସୋମବାର ଦିନ ବାଲିଭୋଳ ଗାଁ ନିକଟ ନଳା କଡ଼ରୁ ଯମୁନାଙ୍କ କଟାମୁଣ୍ଡ ଜବତ ହୋଇଥିଲା ।

Leave A Reply

Your email address will not be published.